www.samajalive.in
Sunday, December 14, 2025
26.1 C
Bhubaneswar

ଏଥର ବିଧାନସଭାରେ ଆସିବ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌

ଭୁବନେଶ୍ୱର : ଆଗାମୀ ବଜେଟ ଅଧିବେଶନରେ ବିଧାୟକଙ୍କ ବର୍ଦ୍ଧିତ ବେତନ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ବିଲ୍ ପାରିତ ହେବାର ସମ୍ଭାବନା ରହିଛି। ବିଧାୟକଙ୍କ ମାସିକ ଦରମା ଦୁଇଗୁଣ ଓ ପୂର୍ବତନ ବିଧାୟକଙ୍କ ପେନସନ ପ୍ରାୟ ୭୦ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସରକାର ବିଚାର କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଶୀତ ଅଧିବେଶନରେ ବିଧାୟକଙ୍କ ମାସିକ ଦରମା ଓ ପୂର୍ବତନ ବିଧାୟକ ପେନସନ ବୃଦ୍ଧି ନେଇ ଗୃହରେ ସବୁ ବିଧାୟକ ଦାବି କରିଥିଲେ। ଶାସକ ଓ ବିରୋଧୀ ବିଧାୟକଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢ଼ୀ ଏକ ଉପଦେଷ୍ଟା କମିଟି ଗଠନ କରିଥିଲେ।

ଉପଦେଷ୍ଟା କମିଟି ଅଧ୍ୟକ୍ଷ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ କମିଟି ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ମାସିକ ଦରମା ଓ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ପେନସନ ନେଇ ଅନୁଧ୍ୟାନ କରିଥିଲେ। ଇତିମଧ୍ୟରେ ଉକ୍ତ କମିଟି ସରକାରଙ୍କୁ କରିଥିବା ସୁପାରିସ ଅନୁଯାୟୀ ବିଧାୟକଙ୍କ ଦରମା ୨.୨୫ଲକ୍ଷ ଟଙ୍କା ଓ ପୂର୍ବତନ ବିଧାୟକଙ୍କ ମାସିକ ପେନସନ ୭୦ହଜାର ଟଙ୍କା ବୃଦ୍ଧି କରାଯିବାକୁ ଦେବାକୁ ପ୍ରସ୍ତାବ ଦେଇଛି। ସରକାର ମଧ୍ୟ କମିଟି ପ୍ରସ୍ତାବକୁ ଏକପ୍ରକାର ସମ୍ମତି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

- Advertisement -

ଆସନ୍ତା ବଜେଟ ଅଧିବେଶନରେ ବିଧାୟକଙ୍କ ବର୍ଦ୍ଧିତ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତରେ ସ୍ବତନ୍ତ୍ର ବିଲ୍ ଗୃହରେ ପାରିତ କରାଇବାକୁ ବିଚାର କରାଯାଉଛି। ଏହି ବିଲ୍ ପାରିତ ହେଲେ, ୨୦୨୫-୨୬ ଆର୍ଥିକ ବର୍ଷରୁ ବିଧାୟକମାନେ ବର୍ଦ୍ଧିତ ଦରମା ଓ ପେନସନ ପାଇବେ।

ପ୍ରକାଶ ଯେ, ବର୍ତ୍ତମାନ ବିଧାୟକଙ୍କୁ ମାସିକ ୩୫ହଜାର ଟଙ୍କା ଦରମା ଓ ୬୫ହଜାର ଟଙ୍କା ଭତ୍ତା ବାବଦରେ ମିଳୁଛି। ସେହିପରି ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନ ମାସିକ ୩୦ହଜାର ଟଙ୍କା ସରକାର ପେନସନ ପ୍ରଦାନ କରୁଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories