www.samajalive.in
Monday, December 8, 2025
13.1 C
Bhubaneswar

ପିକନିକ୍ ଗାଡି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ରାଜ୍ୟ ରାଜପଥ ୪୨ର ଗୋରୁବଜାର ନିକଟରେ ଏକ ପିକନିକ୍ ଗାଡି ସହ ଏକ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବାଇକ ଚାଳକ କଣ୍ଟାବାଞ୍ଜି ଥାନା ଘଣାମହୁଲ ଗାଁର ଧନୀରାମ ଜାଲ ବୋଲି ଜଣାପଡିଛି । ଧନୀରାମ କଣ୍ଟାବାଞ୍ଜିରୁ ନିଜ ଗାଁକୁ ଯାଉଥିବାବେଳେ ବଙ୍ଗୋମୁଣ୍ଡାରୁ ପିକନିକ୍ ଗାଡି ଦ୍ରୁତଗତିରେ ଆସୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ପିକନିକ୍ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ପୁଲିସ ଗାଡିକୁ ଜବତ କରି ତଦନ୍ତ କରିବା ଆରମ୍ଭ କରିଦେଇଛି । ଅନ୍ୟପଟେ ମୃତଙ୍କ ପରିବାର ଓ ଗାଁ ଲୋକେ ଗାଡି ମାଲିକ ନ ଆସିବା ପର୍ଯ୍ୟନ୍ତ ଶବ ବ୍ୟବଛେଦ କରାଇ ଦେଇ ନଥିବା ଯୋଗୁଁ, କଣ୍ଟାବାଞ୍ଜି ପୁଲିସ ପଞ୍ଚନାମା କରି ଶବକୁ ଡାକ୍ତର ଖାନରେ ରଖିଛି । ଆସନ୍ତାକାଲି ବ୍ୟବଛେଦ କରାଯିବ ବୋଲି ତଦନ୍ତକାରୀ ପୁଲିସ ଏସଆଇଙ୍କ ସୂତ୍ରରୁ ଜଣାପଡିଛି । ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories