www.samajalive.in
Monday, December 8, 2025
17.1 C
Bhubaneswar

ପେପର୍ କାର୍ଟୁନ୍ କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ଅଗ୍ନିଶମ କର୍ମଚାରୀ ଆହତ 

ରାୟଗଡ଼ା : ରାୟଗଡ଼ା ନିକଟସ୍ଥ ଭାକୁରଗୁଡାରେ ଥିବା ସତ୍ୟମ୍ ପେପର୍ ଓ ମୁଭର୍ସ କାରଖାନାରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର‌ ସମ୍ପତ୍ତି ପୋଡିଯାଇଛି।‌ ଏହି ନିଆଁ ଲିଭାଇବା କାର୍ଯ୍ୟରେ ୫ଟି ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିୟୋଜିତ ଥିଲେ । ନିଆଁ ଲିଭାଇବାବେଳେ କୋଲନରା ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସେ ନିଆଁ ଲିଭାଇବାବେଳେ ପଡିଯିବାରୁ ତାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ ଟା ବେଳେ କେମିକାଲ ଗୋଦାମରୁ ଆକସ୍ମିକ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପିଥିଲା। ଖବରପାଇ ରାୟଗଡ଼ା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ କେମିକାଲ୍ସ ଓ ପେପର ସବୁ ଗଦା ହୋଇଥିବାରୁ ନିଆଁ ଲିଭି ନଥିଲା । ରାୟଗଡ଼ା ଅଗ୍ନିଶମ ବାହିନୀ ସହ କୋଲନରା ଅଗ୍ନିଶମ ବାହିନୀର କର୍ମଚାରୀ, ଜେକେ କାଗଜ କଳ, ଇମ୍ଫା‌ ଓ ଉତ୍କଳ ଆଲୁମିନା କମ୍ପାନୀର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରିବା ପରେ ସଂଧ୍ୟା ୭ଟା ବେଳେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ।‌ ଏଥିରେ କାରଖାନା ଶ୍ରମିକ ଓ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । କେମିକାଲ ଗୋଦାମରୁ ନିଆଁ ବ୍ୟାପିଥିଲା ବୋଲି କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ଏତେବଡ଼ କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳିକି ନିଆଁ ଲିଭାଇବାକୁ କର୍ମଚାରୀ ମଧ୍ୟ କାରଖାନାରେ ନିଯୁକ୍ତି ପାଇନାହାନ୍ତି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ପେପର୍ କାର୍ଟୁନ୍, କଞ୍ଚାମାଲ ଓ କେମିକାଲ ସବୁ ପୋଡ଼ି ପାଉଁଶ ହୋଇଯାଇଛି। କମ୍ପାନୀ ପଛପଟେ ଥିବା କପା ବାଡରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ନିକଟରେ ପାଣିର ସୁବିଧା ନଥିବାରୁ ନିଆଁ ଲିଭାଇବାକୁ ଅଧିକ ସମୟ ଲାଗିଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ରାୟଗଡ଼ା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି। ଖବର ପାଇ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories