www.samajalive.in
Saturday, December 13, 2025
26.1 C
Bhubaneswar

ବିବାହ ପ୍ରଲୋଭନ ଦେଖାଇ ଶୋଷଣ: ଶିଶୁକନ୍ୟାକୁ ଜନ୍ମଦେଲା ଦିବ୍ୟାଙ୍ଗ ଝିଅ, ସ୍ଵୀକାର କରୁନି ବିବାହିତ ଯୁବକ

କଲ୍ୟାଣସିଂହପୁର: ଦିବ୍ୟାଙ୍ଗ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ଶୋଷଣ। ଝିଅ ଗର୍ଭବତୀ ହେବା ପରେ ଛାଡ଼ିଦେଲା ବିବାହିତ ଯୁବକ। ଏବେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛି ଦିବ୍ୟାଙ୍ଗ ଝିଅ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁରରୁ।

ସୂଚନା ଅନୁଯାୟୀ, ୨୧ବର୍ଷୀୟା ଦିବ୍ୟାଙ୍ଗ ଝିଅଙ୍କୁ ଘାଘୁଡ଼ିମାଳ ଗ୍ରାମର ୩୫ ବର୍ଷୀୟ ବିବାହିତ ଯୁବକ ନାଗେଶ ଧନୁ ବିବାହ ପ୍ରଲୋଭନ ଦେଖାଇ ଅନୈତିକ ଶାରୀରିକ ସମ୍ପର୍କ ରଖି ଆସୁଥିଲା। କ୍ରମଶଃ ଝିଅ ୯ମାସର ଗର୍ଭବତୀ ମଧ୍ୟ ହୋଇଗଲା। ନିଜର ଅକ୍ଷମତା ଓ ସମାଜକୁ ଡରି କାହାକୁ ପ୍ରକାଶ କରିପାରିଲା ନାହିଁ। ଏହି ଖବର ମାନବାଧିକାର ଆୟୋଗ ଜାଣିପାରି ଏକ ଦଳ ଆସି ଗ୍ରାମରେ ଉଭୟ ପକ୍ଷକୁ ବୁଝା ସୁଝା କରିଥିଲେ। ଧନୁ ଗ୍ରାମର ସମସ୍ତ ବୁଦ୍ଧିଜୀବୀଙ୍କ ସମ୍ମୁଖରେ ନିଜ ଦୋଷ ସ୍ବୀକାର କରି ଝିଅ ମୁଣ୍ଡରେ ସିନ୍ଦୂର ଲଗାଇ, ଫୁଲ ମାଳ ପକାଇ ମୋ ପତ୍ନୀ ଭାବେ ରଖିବି ବୋଲି ଘୋଷଣା କରିଥିଲା। ବର୍ତ୍ତମାନ ଝିଅ ୯ ମାସର ଗର୍ଭବତୀ। ନାଗେଶ ଧନୁ ବର୍ତ୍ତମାନ ଗର୍ଭବତୀ ଝିଅଙ୍କୁ ନାନା ପ୍ରକାର ଗାଳିଗୁଲଜ କରୁଥିବା ଓ ତାଙ୍କୁ ସ୍ତ୍ରୀ ରୂପେ ମାନ୍ୟତା ଦେଉ ନ ଥିବା ଝିଅର ମାଆ ଓ ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗ ଝିଅର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦିବ୍ୟାଙ୍ଗ ଝିଅ ସନ୍ତାନ ଜନ୍ମ ଦେଲା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ରାୟଗଡ଼ା ନେବା ପାଇଁ ଅରାଜି ହୋଇଥିବାରୁ ସ୍ଥାନୀୟ ଥାନା ଓ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରି ଶେଷରେ ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ଉଭୟ ମାଆ ଓ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଗ୍ରାମ ସମାଜ ଆଗରେ ଦିବ୍ୟାଙ୍ଗ ଝିଅକୁ ସ୍ତ୍ରୀ ରୂପେ ରଖିବି କହି ଝିଅ ଗର୍ଭବତୀ ହେବାପରେ ନାଗେଶ ତାକୁ ରଖିବି ନାହିଁ ବୋଲି କହୁଥିବା ଦିବ୍ୟାଙ୍ଗ ଝିଅର ମାଆ କହିଛନ୍ତି। ଏଥିସହ ଉଭୟଙ୍କ ଡିଏନଏ ଟେଷ୍ଟ କରାଯାଉ ବୋଲି ମଧ୍ୟ ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories