www.samajalive.in
Monday, December 8, 2025
24.1 C
Bhubaneswar

ଛାତ୍ରାବାସ ପରିବେଶ ପ୍ରଦୂଷଣମୁକ୍ତ ପାଇଁ ଦାବିପତ୍ର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂତନ ଛାତ୍ରାବାସର ଛାତ୍ରମାନେ ବାୟୁ ପ୍ରଦୂଷଣର ସମସ୍ୟାକୁ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଉଦେଶ୍ୟରେ ଏକ ଦାବିପତ୍ର କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସୂଚନା ପ୍ରକାରେ, ନୂତନ ଛାତ୍ରାବାସଠାରୁ ମାତ୍ର ୧୦୦ ମିଟର ଦୂରରେ ବିମାନ ବନ୍ଦର ରନ ୱେ ଏବଂ ରାସ୍ତା କାମ ଚାଲିଥିବା ଯୋଗୁଁଁ ସେଠାରେ ତାରୁ ଓ ଗୋଡ଼ି ମିଶାଇବା ପାଇଁ ମେସିନ ଠିକାଦାର ପକ୍ଷରୁ ସ୍ଥାପନ କରାଯାଇଛି। ତାରୁ ଗରମ ହେବା ସମୟରେ କଳା ଧୂଆଁ ଏବଂ ଗୋଡ଼ି ଢ଼ାଳିବା ସମୟରେ ଧୂସର ଯୋଗୁଁଁ ବାୟୁ ମଣ୍ଡଳ ପ୍ରଦୂଷଣ ହେବା ସହ ଉଚ୍ଚ ଶବ୍ଦ ଯୋଗୁଁଁ ହଷ୍ଟେଲରେ ରହୁଥିବା ଛାତ୍ରମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପବନ ଯୋଗୁଁଁ ସେଠାରେ ଥିବା ପ୍ରାୟ ୮ଟି ହଷ୍ଟେଲର ଛାତ୍ରମାନେ ଶ୍ୱାସକ୍ରିୟାରେ ସମସ୍ୟା, ଆଖିରେ ଧୂଳି ପଡ଼ିବା ଏବଂ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବାରୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ଏଥିସହ ସେହି ମେସିନଟିକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି। ଏ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗବେଳେ ସେଠାରେ ରହୁଥିବା ୮ଟି ଛାତ୍ରାବାସର ପ୍ରାୟ ଏକ ହଜାର ଛାତ୍ର ରହୁଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଓ ପାଠପଢ଼ାଜୁ ଦୃଷ୍ଟିରେ ରଖି ଏହାର କିଭଳି ସମାଧାନ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories