କଟକ: ସୁପର ସନ୍ଡେ ରେ ସୁପର ଫାଇଟ୍। ଆଜି କଟକ ବାରବାଟୀରେ ଇଣ୍ଡିଆ ଇଂଲଣ୍ଡ ଦ୍ଵିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେଉଛି। ତେବେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଇଂଲଣ୍ଡ ଏକାଦଶରେ ୩ଟି ପରିବର୍ତ୍ତନ ହୋଇଛି। ଉଡ୍ , ଆଡକିନସନ୍ , ଓଭରଟନ୍ ସାମିଲ ହୋଇଛନ୍ତି। ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି। ଜୟସ୍ଵାଲଙ୍କ ସ୍ଥାନରେ ବିରାଟ କୋହଲି ଏବଂ କୁଲଦୀପଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସାମିଲ ହୋଇଛନ୍ତି। ତେବେ ବାରବାଟୀରେ ବରୁଣ ଚକ୍ରବର୍ତ୍ତୀ ଡେବ୍ୟୁ କରିଛନ୍ତି। ବରୁଣଙ୍କୁ ଓଡିଆଇ କ୍ୟାପ୍ ପ୍ରଦାନ କରିଛନ୍ତି ଜାଡେଜା। ଟି-ଟ୍ବେଣ୍ଟିରେ ପ୍ରଭାବୀ ପ୍ରଦର୍ଶନ ପାଇଁ ବରୁଣଙ୍କୁ ସାମିଲ କରାଯାଇଛି।
Popular Categories



