www.samajalive.in
Saturday, December 13, 2025
26.1 C
Bhubaneswar

କାର୍ଯ୍ୟାଳୟ ସମ୍ମୁଖରୁ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନ ଟାଇମ୍ସ ସିକ୍ୟୁରିଟି ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରୁ ଶୁକ୍ରବାର ୨ଲକ୍ଷ ୫୦ହଜାର ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଟାଇମ୍ସ ସିକ୍ୟୁରିଟି ସଂସ୍ଥାର ଶିଶିର କୁମାର ମହାପାତ୍ର ଏହି ଲୁଟ୍‌ର ଶିକାର ହୋଇଛନ୍ତି।
ପୁଅର ନାମ ଲେଖାଇବା ପାଇଁ ସେ ନିକଟସ୍ଥ ଏସ୍‌ବିଆଇ ଶାଖାରୁ ଟଙ୍କା ଉଠାଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ମାତ୍ରେ ଏକ ମୋଟରସାଇକଲରେ ୨ ଦୁର୍ବୃତ୍ତ ଆସି ଧକ୍କା ଦେଇ ଟଙ୍କା ଲୁଟି ନେଇ ଫେରାର୍‌ ହୋଇଯାଇଥିଲେ। ଏନେଇ ଶ୍ରୀ ମହାପାତ୍ର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିକଟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories