ଓ୍ୱାଶିଂଟନ..- ଉତ୍ତର ମେରୁରେ ଏବେ ବରଫ ଝଡ ହେଉଛି । ଏହାର ପ୍ରଭାବରେ ଋଷ୍, ଆମେରିକା , ୟୁରୋପ ସହ ବିଶ୍ୱର ବିଭିନ୍ନ ଅଂଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆମେରିକାର ଅନେକ ଅଞ୍ଚଳରେ ତାପମାତ୍ରା -୩୨ ଡିଗ୍ରୀ ତଳେ ରହିଛି । ଆମେରିକାର ଚିକାଗୋ ସହରର ତାପମାତ୍ରା -୩୨ ଡିଗ୍ରୀ ରେକର୍ଡ କରାଯାଇଛି । ଜଳ ବାୟୁ ପରିବର୍ତ୍ତନ ଓ ବିଶ୍ୱତାପାୟନ ଯୋଗୁଁ ଏପରି ହେଉଥିବା ଅନେକ ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏହି ଶୀତ ଯୋଗୁଁ ଆମେରିକାରେ ଅତିକମ୍ରେ ୨୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୧୦ ନିୟୁତ ଜନତା ପ୍ରଭାବିତ ହୋଇଥିବାବେଳେ ବରଫପାତରେ । ତୁଷାରମାଡ଼ରେ ବହୁ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି। ସିକାଗୋରେ ମୃତାହତଙ୍କ ସଂଖ୍ୟା ଅଧିକ ରହିଛି। ଏଠାରେ କେବଳ ୧୫ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ଜଣ ଆହତ ହୋଇଛନ୍ତି। ମିଚିଗାନ୍ରେ ମଧ୍ୟ ପରିସ୍ଥିତି ଜଟିଳ ରହିଛି। ଜାତୀୟ ପାଣିପାଗ ସେବା ସଂସ୍ଥାର ସୂଚନାନୁଯାୟୀ, ଏଭଳି ଅବସ୍ଥା ଆଉ କିଛି ଦିନ ଜାରି ରହିବ। ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦିଯିବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଦୀର୍ଘ ୪ଦିନ ଧରି ପାଗ ପ୍ରତିକୂଳ ରହିଥିବାବେଳେ ଦୁଇ ଦିନ ହେଲା ଏହା ଉଗ୍ର ହେବାରୁ ୨ହଜାରରୁ ଅଧିକ ବିମାନ ସେବା ବାତିଲ କରାଯାଇଛି।
ଯୁକ୍ତରାଷ୍ଟ୍ର ଆମେରିକାରେ ଭୟଙ୍କର ଶୀତ ଲହରୀ ଅନୁଭୂତ ହେଉଛି। ପ୍ରବଳ ତୁଷାରପାତ ସହିତ ତାପମାତ୍ରା ବିଯୁକ୍ତ ୪୯ଡିଗ୍ରୀରେ ପହଞ୍ଚିଛି। ଦେଶର ମଧ୍ୟ-ପଶ୍ଚିମାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳରେ ପରିସ୍ଥିତି ଏମିତି ହୋଇଛି ଯେ ଏହା ମେରୁ ଅଞ୍ଚଳ ଭଳି ଲାଗୁଛି। କେତେକ ସ୍ଥାନରେ ତାପମାତ୍ରା ବିଯୁକ୍ତ ୫୬ଡିଗ୍ରୀ ଛୁଇଁଛି। ଜଳାଶୟଗୁଡ଼ିକ ଏବେ ବରଫ ପଡ଼ିଆରେ ପରିଣତ ହୋଇଛି।



