www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ଚିକିତ୍ସକ ସଂଘ ଓଡିଶା ଶାଖାର ବାର୍ଷିକ ଅଧିବେଶନ, ‘ଆପଣଙ୍କ ସ୍ୱାସ୍ଥ୍ୟ-ଆମର ଦାୟିତ୍ୱ’ ସମ୍ପର୍କରେ ଆଲୋଚନା

କେନ୍ଦୁଝରଗଡ଼଼ : ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଓ ବଡବିଲ ଶାଖା ମିଳିତ ସହଯୋଗରେ ଭାରତୀୟ ଚିକିତ୍ସକ ସଂଘ ଓଡିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଡିଟୋରିୟ ଠାରେ ଉଦ୍‌‌ଘାଟିତ ହୋଇଯାଇଛି। ଏହି ଦୁଇଦିନିଆ ଅଧିବେଶନରେ ‘ଆପଣଙ୍କ ସ୍ୱାସ୍ଥ୍ୟ-ଆମର ଦାୟିତ୍ୱ’ ଶୀର୍ଷକ  ବିଷୟବସ୍ତୁ ଉପରେ ରାଜ୍ୟର ବହୁ ସ୍ୱନାମଧନ୍ୟ ଚିକିତ୍ସକ ଯୋଗଦେଇ ନିଜ ନିଜର ବୈଜ୍ଞାନିକ ସନ୍ଦର୍ଭକୁ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନ କରିଥିଲେ।

ରାଜ୍ୟ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ଚିକିତ୍ସକ ସଂଘ ଓଡିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାଇଣ୍ଟିଫିକ୍‌‌ କମିଟି ଚେୟାରମ୍ୟାନ ତଥା ଧରଣୀଧର ଭେଷଜ ମହାବିଦ୍ୟାଳୟର ଭେଷଜ ବିଭାଗ ପ୍ରଫେସର ପ୍ରଭାତ କୁମାର ଥାଟୋଇ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଦୁଇଦିନିଆ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଡିନ୍‌‌ ଡାକ୍ତର ଚିନ୍ମୟୀ ମହାପାତ୍ର, ଅଧିକ୍ଷକ ଡାକ୍ତର ମହେନ୍ଦ୍ର ପ୍ରସାଦ ନାୟକ, ରାଜ୍ୟ ଶାଖା ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ସଙ୍ଗଠନ ସମ୍ପାଦକ ମହେଶ ପ୍ରସାଦ ମହାନ୍ତ, କେନ୍ଦୁଝର ଶାଖା ସଭାପତି ଉମେଶ ଚନ୍ଦ୍ର ସାହୁ, ବଡବିଲ ଶାଖା ସଭାପତି ଜଗଦୀଶ ପ୍ରଦାସ ସାହୁ ପ୍ରମୁଖ ଯୋଗଦେଇଥିଲେ।

ରବିବାର ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଧିବେଶନର ଦ୍ୱିତୀୟ ଦିବସକୁ ଉଦ୍‌‌ଘାଟନ କରିବା କାର୍ଯ୍ୟକ୍ରମ ରହିଛ।

ଏହି ଅବସରରେ ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଆଶୁ ଚିକିତ୍ସା ସହାୟତା ବା ବେସିକ ଲାଇଫ୍‌‌ ସପୋର୍ଟ ସମ୍ପର୍କିିତ ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ ଷ୍ଟଲ ମାଧ୍ୟମରେ ନିଜ ନିଜ କମ୍ପାନୀ ପ୍ରସ୍ତୁତ ଔଷଧ ପ୍ରଦର୍ଶନ ଓ ବଣ୍ଟନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories