www.samajalive.in
Sunday, December 14, 2025
26.1 C
Bhubaneswar

ପୁଅ ବାହାଘରରେ ୧୦ ହଜାର କୋଟି ଦାନ

ସମାଜ ଡିଜିଟାଲ ଡେସ୍କ: ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍‌ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି। ଦାନ ଅର୍ଥର ବଡ଼ ଅଂଶ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ। ଅଦାନୀ ଗ୍ରୁପ ତରଫରୁ ଦାନ କରାଯାଇଥିବା ଏହି ଅର୍ଥ ସମାଜର ସମସ୍ତ ବର୍ଗର ସୁବିଧା ପାଇଁ ବିଶ୍ଵସ୍ତରୀୟ ହସ୍ପିଟାଲ ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ଖର୍ଚ୍ଚ କରାଯିବ। ତା’ ସହିତ କେ-୧୨ ସ୍କୁଲ ଏବଂ ରୋଜଗାର ସହିତ ଉନ୍ନତ ବିଶ୍ଵସ୍ତରୀୟ କୌଶଳ ଏକାଡେମୀ ମଧ୍ୟ ପ୍ରତିଷ୍ଠା କରାଯିବ।

ଜିତ୍‌ ଏବଂ ଦିଭାଙ୍କ ବିବାହ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ଗୌତମ ଅଦାନୀ କହିଛନ୍ତି ଯେ, ପରମପିତା ପରମେଶ୍ଵରଙ୍କ ଆଶୀର୍ବାଦରୁ ଜିତ ଏବଂ ଦିଭା ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଅହମଦାବାଦରେ ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ଏହା ଏକ ଛୋଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା। ସେଥିଲାଗି ଇଚ୍ଛା ଥିଲେ ବି ସମସ୍ତ ଶୁଭଚିନ୍ତକମାନଙ୍କୁ ଆମନ୍ତ୍ରଣ କରିପାରିଲୁ ନାହିଁ। ଏଥିପାଇଁ କ୍ଷମାପ୍ରାର୍ଥନା ଚାହୁଁଛି।

- Advertisement -

ଜିତ୍‌ ଏବଂ ଦିଭା ବିବାହ ପୂର୍ବରୁ ମଙ୍ଗଳ ସଙ୍କଳ୍ପ ନେଇଥିଲେ। ଏହି ସଙ୍କଳ୍ପ ଅନୁସାରେ ସେମାନେ ୫୦୦ ଦିବ୍ୟାଙ୍କ କନ୍ୟାଙ୍କ ବିବାହ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories