www.samajalive.in
Sunday, December 14, 2025
14.1 C
Bhubaneswar

ନୂଆ ଆୟକର ବିଲ୍‌କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ନୂଆ ଆୟକର ବିଲ୍‌କୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ସୋମବାର ଏହାକୁ ଲୋକସଭାରେ ଆଗତ କରାଯିବ। ନୂଆ ବିଲ୍‌ ଅନୁଯାୟୀ ଆୟକର ନିୟମରେ ବ୍ୟାପକ ପରିବର୍ତ୍ତନ କରାଯିବ। ୧୯୬୧ରୁ ପ୍ରଚଳିତ ଆୟକର ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ନିୟମ ଅତ୍ୟନ୍ତ ଜଟିଳ ହୋଇଥିବାବେଳେ ଏଥିରେ ସଂଶୋଧନ କରାଯାଇ ସରଳ କରାଯିବ। ଲୋକସଭାରେ ବିଧେୟକକୁ ଆଗତ କରାଯିବା ପରେ ଏହା ଉପରେ ସମୀକ୍ଷା ଲାଗି ଷ୍ଟାଣ୍ଡିଂ କମିଟିକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଆୟକର ନିୟମରେ ପରିବର୍ତ୍ତନ କରାଯାଇ କୌଣସି ପ୍ରକାର ନୂଆ ଟିକସ ବ୍ୟବସ୍ଥା କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories