www.samajalive.in
Tuesday, December 9, 2025
26.1 C
Bhubaneswar

ରିମାଣ୍ଡରେ ଗଲା ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ

ସମ୍ବଲପୁର: ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ ଉତ୍ତମ ପାଶୱାନକୁ ୩ ଦିନିଆ ରିମାଣ୍ଡରେ ପୁଲିସ ନେଇଛି। ଗତ ୪ ତାରିଖରେ ଉତ୍ତମ ପାଶୱାନକୁ ପୁଲିସ ଗୌହାଟିରୁ ଗିୁରଫ କରିଥିଲା। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ଉତ୍ତମ ପାଶୱାନକୁ ରିମାଣ୍ଡରେ ନିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବଲପୁର ସହରର ବ୍ୟସ୍ତବହୁଳ ରାସ୍ତା କଡରେ ଥିବା ମଣପ୍ପୁରମ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ସ୍ପଷ୍ଟ ଦିବାଲୋକରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ମାତ୍ର କେଇ ମିନିଟ ମଧ୍ୟରେ ପ୍ରାୟ ୨୮ କିଗ୍ରା ସୁନା ଓ ୪ ଲକ୍ଷ ୭୧ ହଜାର ଟଙ୍କା ଲୁଟ ହୋଇଥିଲା। ମାତ୍ର କିଛି ମିନିଟ ମଧ୍ୟରେ ହୋଇଥିବା ଏହି ଲୁଟ ଘଟଣାରେ ପ୍ରାୟ ୭ ଜଣ ଅଭିଯୁକ୍ତ ସାମିଲ ରହିଥିବାର ଭାଇରାଲ ହୋଇଥିବା ସିସିଟିଭି ଓ ପୁଲିସ ସୁତ୍ରରୁ ଜଣାପଡ଼ିଥିଲା। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ୨ଜଣଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ପୁଲିସ ସୂଚନା ଦେଇଥିଲା । ତେବେ ଆଜି ପୁଲିସ ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ ଉତ୍ତମ ପାଶୱାନକୁ ୩ ଦିନିଆ ରିମାଣ୍ଡରେ ଆଣିଥିବା ସୂଚନା ମିଳିଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories