www.samajalive.in
Tuesday, December 9, 2025
17.1 C
Bhubaneswar

ମହାକୁମ୍ଭ ଯାଉଥିବା କାରକୁ ଧକ୍କା ଦେଲା ବସ, ୮ ଯାତ୍ରୀ ମୃତ

ସମାଜ ଡିଜିଟାଲ ଡେସ୍କ: ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସଟି ଯାଉଥିବାବେଳେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ୮ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକମାନେ ଭିଲଓ୍ବାରା ଜିଲାର ବାସିନ୍ଦା। ସମସ୍ତେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭକୁ ଯାଉଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories