www.samajalive.in
Tuesday, December 9, 2025
17.1 C
Bhubaneswar

ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ଏହି ରାଶିର ବ୍ୟକ୍ତି

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ବିକେନ୍ଦ୍ରୀକରଣ ଓ ସୁବନିଯୋଗ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ଅର୍ଥ ଟାଣଟୁଣ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୈନିକ କାର୍ଯ୍ୟରେ ବିଘ୍ନ ଘଟିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ।

- Advertisement -

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। ନାନା ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ କରିବେ।

କର୍କଟ:  ଭାଇମାନଙ୍କ ସହଯୋଗରୁ ଶତ୍ରୁକୁ ପରାଜିତ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସ୍ବଳ୍ପ ଆୟକୁ ଆକଳନ କରି ବ୍ୟୟକୁ ସୀମିତ କରିପାରନ୍ତି। ସୁସ୍ଥ ରହିବେ।

ସିଂହ: ବିଦ୍ୟାଦାନର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମଧୁର କଥା ଓ ଉତ୍ତମ ବ୍ୟବହାର ଯୋଗୁଁଁ ସମସ୍ତଙ୍କ ପ୍ରିୟପାତ୍ର ହେବେ।

କନ୍ୟା: ପରିଶ୍ରମ କଷ୍ଟଦାୟକ ଓ କଠିନ ହେଲେ ମଧ୍ୟ ତା’ର ମୂଲ୍ୟ ମିଳିବ। କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ। କୃଷି କ୍ଷେତରୁ ସଂଗୃହୀତ ଆୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ।

ତୁଳା: ବିଭିନ୍ନ ସୂତ୍ରରୁ ଉତ୍ପନ୍ନ ଆୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବ। ଦେବ ଦର୍ଶନ ପାଇଁ ଉପୁଜିଥିବା ସମସ୍ତ କଳ୍ମଷ ଦୂର କରିପାରନ୍ତି। ଅଶାନ୍ତିର ଅବସାନ ଘଟିବ। ସମ୍ମାନିତ ହୋଇପାରନ୍ତି।

ବିଛା: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ହୃଷ୍ଟ ଚିତ୍ତ ଓ ରୂପବାନ୍‌ ହେବେ।

ଧନୁ: ଆୟ ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁଙ୍କ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ; ମାତ୍ର ଅତ୍ୟଧିକ ହେଲେ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଚିନ୍ତାଧାରା ଉନ୍ନତ ହେବ।

ମକର: ବିବାଦୀୟ ବିତର୍କରେ ଭାଗ ନ ନେଇ ତର୍କ ପ୍ରତିଯୋଗିତାରୁ ଓହରି ଯାଇପାରନ୍ତି। ପ୍ରତିଶୋଧ ପରାୟଣ ମନୋବୃତ୍ତିର ହୋଇପାରନ୍ତି। ମଧୁର କଥା ଓ ଉତ୍ତମ ବ୍ୟବହାର କରି ପରକୁ ଆପଣାର କରିବେ।

କୁମ୍ଭ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ନିରଳସ ଜୀବନ ଯାପନ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମୀନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଅଧିକାରୀ ହେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories