www.samajalive.in
Wednesday, December 10, 2025
26.1 C
Bhubaneswar

୮.୫କେଜି ଗଞ୍ଜେଇ ଜବତ, ବାପ-ପୁଅ ଗିରଫ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରା କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ପିପିଲି ପୁଲିସ ଏକ ପାନ ଦୋକାନ ଉପରେ ଚଢାଉ କରି ୮.୫ କେଜି ଗଞ୍ଜେଇ ଜବତ କରିବା ସହ ବାପ-ପୁଅଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଡିହସାହି ଗ୍ରାମର ବିନୋଦ ସ୍ୱାଇଁ (୬୨) ଓ ତାଙ୍କ ପୁଅ ବାମଦେବ ସ୍ୱାଇଁ ଓରଫ ବାବେଇ(୩୬)। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ମହିଳା ଏସ୍‍ଆଇ ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ, ବିନୟ କୁମାର ଦାସ ପ୍ରମୁଖ ପିପିଲି ବାଇପାସ ରାସ୍ତାର ଡିହସାହି ଗ୍ରାମ୍ୟଛକ ଠାରେ ଥିବା ଜାଗେଶ୍ୱରୀ ପାନ ଦୋକାନ ଉପରେ ଚଢାଉ କରିଥିଲେ। ସେଠାରେ ଏକ ଜରି ଅଖା ଓ ବ୍ୟାଗ ମଧ୍ୟରେ ରଖାଯାଇଥିବା ୮.୫ କେଜି ଗଞ୍ଜେଇକୁ ପୁଲିସ ଜବତ କରିବା ସହ ଘଟଣା ସ୍ଥଳରୁ ବାପ-ପୁଅଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସନ୍ଦୀପ କୁମାର ଦାସ ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories