www.samajalive.in
Tuesday, December 9, 2025
15.1 C
Bhubaneswar

ଶିକ୍ଷକ ସମସ୍ୟା ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ କୁଣ୍ଡଳା ସ୍ଥିତ ଏମକେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ନେଇ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହ ଖାଲିପଡିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ନାରାବାଜି କରିଛନ୍ତି। କୁଣ୍ଡଳା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିବା ତାରାଚାନ୍ଦ ମହାନ୍ତ ବିଦ୍ୟାଳୟକୁ ନିୟମିତ ଆସୁ ନଥିବାରୁ ସେ ପଢ଼ାଉଥିବା ଗଣିତ ଓ ବିଜ୍ଞାନ ବିଷୟ ଛାତ୍ରଛାତ୍ରୀଙ୍କୁ ପଢ଼ାଯାଇ ପାରୁନାହିଁ। ଦଶମ ଶ୍ରେଣୀରେ ଏଠାରେ ୩୭ ଜଣ ଛାତ୍ରଛାତ୍ରୀ ଥିବାବେଳେ ଆଗକୁ ସେମାନଙ୍କର ମାଟ୍ରିକ ପରୀକ୍ଷା ଅଛି। ସେହିପରି ନବମ ଶ୍ରେଣୀରେ ୩୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେହିପରି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ମଧ୍ୟ ଖାଲି ପଡିଛି। କଳା ଶିକ୍ଷକ ପଦ ଖାଲି ପଡିଥିବା ବେଳେ ଏଠାରେ କୁଆଡେ ଜଣେ କଳା ଶିକ୍ଷକଙ୍କୁ ନିଯୁକ୍ତି ନିକଟରେ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ଏହି ଧାରଣା ପୂର୍ବାହ୍ନ ୧୦ ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅବ୍ୟାହତ ରହିବାରୁ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟକୁ ଆସି ନଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାନ୍ତଙ୍କୁ ସେଠାକୁ ଡକାଇ ଆଲୋଚନା କରାଯିବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିଲେ। ଯଥାଶୀଘ୍ର ସ୍ଥାୟୀ ପ୍ରଧାନ ଶିକ୍ଷକ, ହିନ୍ଦୀ ଶିକ୍ଷକ, ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ କରା ନଗଲେ ଛାତ୍ରଛାତ୍ରୀ ମାନେ ପୁନଃ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories