www.samajalive.in
Saturday, December 13, 2025
26.1 C
Bhubaneswar

ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ଘଟଣା, ଭାଇରାଲ ହେଲା ନବଘନର ମୃତ୍ୟୁ ପୂର୍ବର ବୟାନ

ବାସୁଦେବପୁର : ନାୟକାଣିଡିହି ଥାନା କରଞ୍ଜଆଡିଆ ଗାଁରେ ସଂଘବଦ୍ଧ ଆକ୍ରମଣରେ ନବଘନ ମଲିକଙ୍କ ମୃତ୍ୟୁକୁ ନେଇ ଗତ ମଙ୍ଗଳବାର ସନ୍ଧ୍ୟାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସର ଅବହେଳା ଦର୍ଶାଇ ହଜାର ହଜାର ଲୋକେ ଥାନା ପରିସରକୁ ଧସେଇ ପଶିଥିଲେ । ଥାନା ବାରଣ୍ଡାରେ ମୃତଦେହ ରଖି ସାରା ରାତି ପରିବାର ଲୋକ ଓ ସମ୍ପର୍କୀୟ ଧାରଣାରେ ବସିଥିଲେ । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ସମସ୍ତେ ଦାବି କରିଥିଲେ । ଏବେ ଗଣମାଧ୍ୟମରେ ନବଘନର ମୃତ୍ୟୁକାଳୀନ ବୟାନ ଭାଇରାଲ ହେଉଛି । ଏହି ଭିଡିଓରେ ସେ ଆକ୍ରମଣକାରୀଙ୍କ ନାଁ କହୁଥିବାବେଳେ ଏହାକୁ ରେକଡ଼ିଂ କରି ରଖିବାକୁ କହୁଥିବା ସହିତ ପ୍ରତିଶୋଧ ନେବାପାଇଁ କହୁଛନ୍ତି । ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ପରିସ୍ଥିତି ଅଧିକ ଭୟଙ୍କର ମୋଡ ନେବାକୁ ବସିଛି । ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଚଳାଉଥିବା ସୂଚନା ଦେଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories