www.samajalive.in
Saturday, December 13, 2025
26.1 C
Bhubaneswar

କାହା କାନ୍ଧ ଉପରେ ନ୍ୟସ୍ତ ରହିବ ଓଡ଼ିଆ ସିନେମାର ଭବିଷ୍ୟତ ?

ସମାଜ ଡିଜିଟାଲ ଡେସ୍କ: ନବେଦଶକରେ ଓଡ଼ିଆ ସିନେମାର ଭବିଷ୍ୟତ ସିଦ୍ଧାନ୍ତ ମହାପାତ୍ରଙ୍କ ଉପରେ ନ୍ୟସ୍ତ ଥିଲା। ଦର୍ଶକ ତାଙ୍କୁ ଏତେ ଗ୍ରହଣ କରିନେଲେ ଯେ, ଗୋଟେ ବର୍ଷକୁ ୨୦ରୁ ଅଧିକ ସିନେମାରେ ତାଙ୍କୁ ହିଁ ନାୟକ ଭାବେ ଦେଖିବାକୁ ମିଳୁଥିଲା। ସିନେମା କହିଲେ ସିଦ୍ଧାନ୍ତ ଓ ରଚନାଙ୍କ ଯୋଡିକୁ ବୁଝାଉଥିଲା। ସେତେବେଳେ ଅଭିନେତାମାନେ ପ୍ରତ୍ୟକ ସିନେମାକୁ ଠିକ ରୂପେ ସମୟ ଦେଉଥିଲେ। ଏବେକାର କଳାକାରମାନେ ତ ସିନେ ପ୍ରମୋସନକୁ ବି ସମୟ ଠିକ ସେ ଦଉନାହାନ୍ତି, ଯାହା ପ୍ରଯୋଜକମାନେ ଅଭିଯୋଗ କରୁଛନ୍ତି। ସିଦ୍ଧାନ୍ତଙ୍କ ବ୍ୟସ୍ତତାକୁ ଦେଖି କିଛି ପ୍ରଯୋଜକମାନେ ରାଗିଯାଇ ଶ୍ରୀତମଙ୍କୁ ନାୟକ ଭାବେ ଆଣିଲେ। ପରେ ଆଲବମର ଚର୍ଚ୍ଚିତ ଚେହେରା ଅନୁଭବଙ୍କୁ ଓଡ଼ିଆ ସିନେମାର ସୁପରଷ୍ଟାର ଆଖ୍ୟା ଦିଆଗଲା। ଲୋକେ ତାଙ୍କ ସିନେମାକୁ ଗ୍ରହଣ କଲେ, ଏବେ ବି ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ବାବୁସାନ ଓ ଅରିନ୍ଦମଙ୍କୁ ମଧ୍ୟ ବ୍ରଜରାଜ ମୁଭିଜ ନାୟକ ଭାବେ ସୁଯୋଗ ଦେଇଥିଲା।
କିନ୍ତୁ ପ୍ରଶ୍ନ ଉଠେ, ଆଉ କେତେଦିନ ଅନୁଭବ, ଅରିନ୍ଦମ, ବାବୁସାନ, ଆକାଶ, ସବ୍ୟସାଚୀଙ୍କ ଭଳି ଆଗଧାଡ଼ିର ଓଡ଼ିଆ ଅଭିନେତାଙ୍କ କାନ୍ଧରେ ନ୍ୟସ୍ତ ରହିବ ଓଡ଼ିଆ ସିନେମା ? କେବେ ନୂତନ ପିଢିଙ୍କୁ ଅନୁଭବଙ୍କ ଭଳି କ୍ରେଜ ମିଳିବ ? ଏଇଟା ଏବେ ବଡ଼ ପ୍ରଶ୍ନବାଚୀ ? ଅନ୍ୟତମ ନାୟକ ଭାବେ, ସମ୍ବିତ, ଜ୍ୟୋତି, ପାର୍ଥ, ଦୀପକ ଓ ଅନ୍ୟମାନେ ଦର୍ଶକଙ୍କ ଆସ୍ଥା ଭାଜନ ହୋଉପାରୁ ନାହାନ୍ତି। ପ୍ରଯୋଜକ ପଇସା ଖର୍ଚ୍ଚ କରିବା ପୂର୍ଵରୁ କେମିତି ଫେରସ୍ତ ପାଇବେ, କେତେ ଟଙ୍କା ପାଇବେ ସେ କଥା ଭାବିବାକୁ ପଡୁଛି। କାହିଁକି ନା ବର୍ତ୍ତମାନ ସମୟରେ ଆଉ ବେଶୀ ସିନେମା ହଲ ନାହିଁ। ସରକାରଙ୍କ ସହଯୋଗ ବି ନାହିଁ। ମୋବାଇଲ ଯୁଗରେ ଦର୍ଶକ ହଲ ମୁହାଁ ହେଉନାହାନ୍ତି। ଏହିଭଳି ପରିସ୍ଥିତିରେ ଆମେ ଓଡ଼ିଆ ସିନେମାର ଭବିଷ୍ୟତକୁ ବର୍ତ୍ତମାନର ପରିସ୍ଥିତି ଓ ସମୟକୁ ନେଇ ଆକଳନ କରୁଛେ।
ଏଇଟା ହୋଇପାରେ ଆମେ ପୂର୍ବେ ଅପେକ୍ଷା ଟେକ୍ନୋଲୋଜିରେ ଆଗେଇଛେ। ଭଲ ସିନେମା ବନଉଛେ। କିନ୍ତୁ ଲୋକଙ୍କ ଆଦୃତି କମିଛି। କେତୋଟି ହାତ ଗଣତି ସିନେମାକୁ ଛାଡି ଦେଲେ ଅନ୍ୟ ସିନେମାରେ ଭିଡ଼ ପରିଲିଖିତ ହେଉନାହିଁ। ପ୍ରାଇମ ଟାଇମ ଓଡ଼ିଆ ସିନେମାକୁ ମିଳୁନାହିଁ। ଖୁବ କମ ଦିନରେ ହଲରେ ପଡି ଉଠିଯାଉଛି ସିନେମା।
ପ୍ରଯୋଜକ କେମିତି ଫେରିପାଇବ ଖର୍ଚ୍ଚ କରିଥିବା ଟଙ୍କା ? ଏଇଟା ଏବେ ପ୍ରଶ୍ନ ? ସିନେମା ରିଲିଜ ହେଉ ହେଉ ଟିଭି ପରଦାରେ ଆସି ଯାଉଛି। ହଲ ସଂଖ୍ୟା ବଢ଼ୁ ନ ଥିବାବେଳେ ଟିକେଟର ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କୁ ହଲ ଆଡକୁ ଆସିବାକୁ ବିମୁଖ କରାଉଛି।
ସେ ଯାହା ବି ହଉ, ସିନେମାର ଧାରା ତ ଏମିତି ଚାଲିବ। କିନ୍ତୁ ସୁପରଷ୍ଟାରମାନଙ୍କ ପରେ ନୂତନ ପିଢ଼ିର କଳାକାର କେବେ ଓଲିଉଡରେ ପାଦ ଥାପିବେ ? ପୁଣି ସେମାନଙ୍କ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼ ପ୍ରେକ୍ଷାଳୟ ଅଭିମୁଖେ ଲାଗିରହିବ ତାହା ଦେଖିବାକୁ ବାକି ରହିଲା।
ଓଡ଼ିଆ ସିନେମାର ମାନ ବଢିଛି, ହଲ ସଂଖ୍ୟା ବଢିବା ଦରକାର। ସରକାରୀ ସହଯୋଗିତା ଦରକାର। ସମସ୍ତେ ସିନେମାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ଦରକାର।
ଓଡ଼ିଆ ସିନେମାର ଆଗ ଧାଡ଼ିର ନାୟକମାନଙ୍କ ଉପରେ ଆସ୍ଥା ଆଉ କେତେ ଦିନ ? ଏବେ ସମୟ ଆସିଛି ନୂତନ ପିଢ଼ି ଓ ନୂତନ ନାୟକ ଖୋଜିବାର। ଯେଉଁମାନେ ଓଡ଼ିଆ ସିନେମାର ଆଗାମୀ ପିଢ଼ି ହେବେ ଏବଂ ମଙ୍ଗ ଧରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories