www.samajalive.in
Monday, December 8, 2025
13.1 C
Bhubaneswar

ତୃଣମୂଳ କଂଗ୍ରେସକୁ ନେଇ ମୋଦୀଙ୍କ କଟାକ୍ଷ

କଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ଠାକୁର ନଗାର ଜନସଭାରେ ନିଜ ବକ୍ତବ୍ୟ ରଖିଛନ୍ତି। ଉକ୍ତ ସଭାରେ ଯୋଗ ଦେଇ ସମ୍ପ୍ରତି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ଦିଆଯାଇ ଥିବା ଛାଡ଼ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି କୃଷକଙ୍କ ଦିଆଯାଇ ଥିବା ଆର୍ଥିକ ସହାୟତା ଓ ଋଣ ସମ୍ପର୍କରେ ମଧ୍ୟ ମୋଦୀ ଜନସାଧାଣଙ୍କୁ ଅବଗତ କରାଇ ଥିଲେ। ରାଜ୍ୟରେ ତୃଣମୂଳ କଂଗ୍ରେସ ରାଜ୍ୟର ବିକାଶ ପରିବର୍ତ୍ତେ ହିଂସା ବାଟ ଆପଣେଇଛନ୍ତି।
ଜନସଭାରେ ବ୍ୟାପକ ଭିଡ଼କୁ ଦୃଷ୍ଟିରେ ରଖି ମୋଦୀ ଆଗାମୀ ଦିନରେ ପଶ୍ଚିମବଙ୍ଗବାସୀ ତୃଣମୂଳ ହିଂସାରେ କିପରି ଅତିଷ୍ଠ ତାହାର ପ୍ରମାଣ ଜନସଭାରେ ଭିଡ଼ରୁ ସ୍ପଷ୍ଟ ଅନୁମେୟ ବୋଲି ପ୍ରକାଶ କରିଥିଲେ। ବିଜେପି ପ୍ରତି ପଶ୍ଚିମବଙ୍ଗବାସୀଙ୍କ ବିଶ୍ୱାସ ମମତାଙ୍କୁ ହିଂସାର ବାଟକୁ ନେଇଯାଇଛି। ନିଜ ସ୍ଥିତି ସୁଧାରିବାକୁ ପଶ୍ଚିମବଙ୍ଗରେ ତୃଣମୂଳ ସରକାର ପ୍ରତି ଦିନ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପଶ୍ଚାଦପଦ ହେଉ ନାହାନ୍ତି।
ଏଠାରେ ସୂଚନା ଯୋଗ୍ୟ ପଶ୍ଚିମବଙ୍ଗରେ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ମାଡ଼ ମାରିବା ଓ ହତ୍ୟା କରିବା ଅଭିଯୋଗ ବିଜେପି ପକ୍ଷରୁ ହୋଇ ଆସୁଛି। ବିଜେପି ଅଧ୍ୟକ୍ଷ ଅମୀତ ଶାହ ମଧ୍ୟ ତାଙ୍କ ଗସ୍ତରେ ପଶ୍ଚିମବଙ୍ଗ ସରକାରଙ୍କ ହିଂସାତ୍ମକ ପନ୍ଥାକୁ ନେଇ କଟାକ୍ଷ କରିଥିଲେ। ଏପରିକି ମୋଦୀଙ୍କ ର୍ୟାଲି ପୂର୍ବରୁ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦୃଶ୍ୟମାନ ହୋଇଥିଲା। ଦୂର୍ଗାପୁରଠାରେ ମୋଦୀଙ୍କ ପୋଷ୍ଟର ଉପରେ ମମତାଙ୍କ ପୋଷ୍ଟର ମାରିବା ଘଟଣାକୁ କେନ୍ଦ୍ର କରି ଉଭୟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା। ଏପରିକି ଶୋଭାଯାତ୍ରା ରାସ୍ତାରେ ଲାଗିଥିବା ମୋଦୀଙ୍କ ପୋଷ୍ଟର ଉପରେ ତୃଣମୂଳ କର୍ମୀଙ୍କ ଦ୍ୱାରା କଳି ଫିଙ୍ଗାଯାଇ ଥିବା ଦୃଶ୍ୟମାନ ହୋଇଥିଲା।
ବଜେଟ ଉପରେ ମୋଦୀ ତାଙ୍କ ଭାଷଣରେ ଗୁରୁତ୍ୱ ଦେଇ ନିର୍ବାଚନ ପରେ ପୂର୍ଣ୍ଣ ବଜେଟରେ କୃଷକ, ଯୁବାବର୍ଗ ଓ କର୍ମଜୀବୀଙ୍କ ସ୍ଥିତି ସୁଦୃଢ କରିବା ପାଇଁ ଅଧିକ ବ୍ୟବସ୍ଥା ଆସିବ। କୃଷକଙ୍କ ଯୋଜନା ସମ୍ପର୍କରେ କହିବାକୁ ଯାଇ ମୋଦୀ ଜନସାଧାରଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବା ପାଇଁ କାହିଁକି କୁହାଯାଇ ଥିଲା ତାହା ସ୍ପଷ୍ଟ କରିଥିଲେ। ଖୁବ୍‍ ଶୀଘ୍ର କୃଷକଙ୍କ ଖାତାରେ ୨ହଜାର ଟଙ୍କାର ପ୍ରଥକ କିସ୍ତି ପହଞ୍ôଚ ଯିବ। ଏହି ଟଙ୍କା ଭୂମିହୀନ କୃଷକଙ୍କ ପାଇଁ ନିଶ୍ଚିତ ଆବଶ୍ୟକ ପ୍ରମାଣିତ ହେବ ବୋଲି ମୋଦୀ ଆଶାପ୍ରକାଶ କରିଥିଲେ। କୃଷକଙ୍କ ସମସ୍ୟା ସମ୍ପର୍କରେ କହିବାକୁ ଯାଇ ଋଣ ଛାଡ଼ କୌଣସି କୃଷକର ସମସ୍ୟାର ସମାଧାନ ନୁହେଁ। କାରଣ କୃଷକଙ୍କୁ ଋଣ ଛାଡ଼ କରିବା ପରେ ପୁଣି ସେ ଋଣଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ନୀତି ଓ ବ୍ୟବସ୍ଥାରେ କୃଷକଙ୍କ ସମସ୍ୟାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ବିଜେପି ସରକାର ପ୍ରଚେଷ୍ଠା ଆରମ୍ଭ କରିଛି ବୋଲି ମୋଦୀ ପ୍ରକାଶ କରିଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories