www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବ କର୍କଟ ଦିବସ ଅବସରରେ ପଦଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଫେବୃୟାରୀ ୪ ତାରିଖ ବିଶ୍ବ କର୍କଟ ଦିବସ ଅବସରରେ ବରଗଡ଼ ଫାଇଟର ଗ୍ରୁଫ ଆୟୋଜନରେ ଓ ଜାବ୍ ଅତାବିରା ଶାଖାର ସହଯୋଗରେ ଏକ କର୍କଟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟାରୁ ଏହି ସଚେତନତା ପଦଯାତ୍ରା ଅଗ୍ରସେନ ଭବନରୁ ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ଅରୁଣ ବାରିକ, ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର, ଅତାବିରା କଲେଜର ଅଧ୍ୟକ୍ଷ ଅଶ୍ବିନୀ ପଧାନ, କୃଷକ ସଂଗଠନ ର ବୀରେନ୍ଦ୍ର କର, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ଟିକେଲାଲ ଚାନ୍ଦ, ଆମ ସହର ଦାୟିତ୍ବ ଆମର ସଂଘର ସଭାପତି ଶେଷଦେବ ନାଏକ, ଡ୍ରଗିଷ୍ଟ ଓ କେମିଷ୍ଠ ସଂଘର ଡାକ୍ତର ପ୍ରକାଶ ମିଶ୍ର, ଅଧ୍ୟାପକ ପରମାନନ୍ଦ ରଥ, ଡାକ୍ତର ଚିତ୍ତରଂଜନ ଜେନା, ମାରଓ୍ବାଡି ସମାଜର ଉମେଶ ଅଗ୍ରଓ୍ବାଲ, ଗୋଡଭଗା ଲାୟନ୍ସ କ୍ଲବ, ବବୃବାହନ ମିଶ୍ର, ସୁରେଶ ଦାସ, ସଭାପତି ସତୀଶ, ସୁରେନ୍ଦ୍ର ସ୍ବାଇଁ, କୌଶିକ ମହାକୁର, ଅତାବିରା କଲେଜ, ଲାଦରପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ। ସର୍ବପ୍ରଥମେ କ୍ୟାନ୍ସର ସଚେତନତା ଦସ୍ତଖତ ଅଭିଯାନ କରାଯାଇଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories