www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀ ସହରରେ ବିନା ପଞ୍ଜୀକରଣରେ ଗଡ଼ିବନି ଅଟୋ ରିକ୍ସା

ପୁରୀ: ପୁରୀ ସହରରେ ଯାନବାହନ ଚଳାଚଳକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରାୟ ୩ ହଜାର ଅଟୋ ରିକ୍ସା ଚଳାଚଳ କରୁଥିବାରୁ ସେଗୁଡ଼ିକର ପଞ୍ଜୀକରଣ ଉପରେ ପ୍ରଶାସନ ଗୁରୁତ୍ବ ଦେଇଛି। ବିନା ପଞ୍ଜୀକରଣରେ ଏବଂ ଡ୍ରାଇଭିଂ ଲାଇସେନ୍ସ ନ‌ଥାଇ ବହୁ ଅଟୋ ରିକ୍ସା ଚଳାଚଳ କରୁଥିବା ଅଭିଯୋଗ ହୋଇଛି।

ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ଯକ୍ଷତାରେ ସ୍ଵତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବେଆଇନ ଭାବେ ଚଳପ୍ରଚଳ କରୁଥିବା ଅଟୋ ରିକ୍ସାଗୁଡ଼ିକୁ ଜବତ କରିବା ପାଇଁ ସ୍ଥିର କରାଯାଇଛି। ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ, ଉପ ଜିଲାପାଳ ରାଜକିଶୋର ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଚଳିତ ମାସ ୧୦ରୁ ୨୦ ମଧ୍ୟରେ ସହରର ସମସ୍ତ ଅଟୋ ଚାଳକ ତାଳବଣିଆ ଇଣ୍ଡୋର ଷ୍ଟାଡ଼ିୟମରେ ଅଟୋ ରିକ୍ସା ସହ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ସେଠାରେ ଅଟୋ ରିକ୍ସାଗୁଡ଼ିକର କାଗଜପତ୍ର ଯାଞ୍ଚ କରାଯିବ। ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନଥିବା ଅଟୋ ରିକ୍ସାଗୁଡ଼ିକୁ ସେଠାରେ ପଞ୍ଜୀକରଣ କରାଯିବ। ଏହାଛଡା ଅଟୋ ରିକ୍ସା ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ କରାଯିବ।

ଏହି ଅବଧି ପରେ ଆଉ କୌଣସି ଅଣ ପଞ୍ଜୀକୃତ ଅଟୋ ରିକ୍ସା ପୁରୀରେ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ପରି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଉଲ୍ଲଙ୍ଘନ କରି ଚଳାଚଳ କରୁଥିବା, ଅଧିକ ଭଡ଼ା ଆଦାୟ କରୁଥିବା, ଯାତ୍ରୀଙ୍କୁ ଦୁବ୍ୟବହାର କରୁଥିବା ଏବଂ ବେଆଇନ ଭାବେ ସହରର ବିଭିନ୍ନ ଛକରେ ପାର୍ଟି କରି ସମସ୍ୟା ସୃଷ୍ଟି କରୁଥିବା ଅଟୋ ରିକ୍ସା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories