www.samajalive.in
Wednesday, December 10, 2025
16.1 C
Bhubaneswar

ପାଲଟା ଜବାବ ପରେ ନରମିଲେ ଟ୍ରମ୍ପ: ମେକ୍ସିକୋ ସହ ଆଲୋଚନା, ଶୁଳ୍କ ବୃଦ୍ଧି ମାସେ ସ୍ଥଗିତ

ନୂଆଦିଲ୍ଲୀ: କାନାଡା, ମେକ୍ସିକୋ ଓ ଚୀନ୍‌ ବିରୋଧରେ ଶୁଳ୍କ ବୃଦ୍ଧିର ପାଲଟା ଜବାବ ପରେ ନରମିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୁଳ୍କ ସମସ୍ୟା ନେଇ ସେ ସୋମବାର ମେକ୍ସିକୋ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେହିପରି ମଙ୍ଗଳବାର କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ସଦ୍ୟତମ ବାଣିଜ୍ୟ ଯୁଦ୍ଧ କାନାଡା, ମେକ୍ସିକୋ ଏବଂ ଚୀନ୍ ପାଇଁ ଏକ ବଡ଼ ଆଘାତ ହୋଇଛି। ସେମାନଙ୍କ ମୁଦ୍ରା ଦୀର୍ଘ ବର୍ଷ ପରେ ସର୍ବନିମ୍ନ ସ୍ତରକୁ ଖସିଛି। ଆମେରିକୀୟ ଡଲାର ମୂଲ୍ୟ ଆହୁରି ମଝବୁତ୍‌ ହୋଇଥିବାବେଳେ ୟୁରୋ ମୂଲ୍ୟ ଦୁଇବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ସେହିପରି ପାରମ୍ପରିକ ସୁରକ୍ଷିତ ମୁଦ୍ରା ସ୍ବିସ୍‌ ଫ୍ରାଙ୍କ ମଧ୍ୟ ମେ’ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

ଗତ ମାସରେ ଟ୍ରମ୍ପ ରାଷ୍ଟ୍ରପତିଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଅବୈଧ ପ୍ରବାସ ଓ ନିଶା ଔଷଧ ଚାଲାଣ ନେଇ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଶୁଳ୍କ ସହ ଚୀନ୍‌ ଉପରେ ୧୦% ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆମେରିକାର ଦୁଇ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର କାନାଡା ଏବଂ ମେକ୍ସିକୋ ଆମେରିକା ବିରୋଧରେ ପାଲଟା ସମାନ ଶୁଳ୍କ ବୃଦ୍ଧି ଘୋଷଣା କରିଥିବାବେଳେ ଚୀନ୍ ମଧ୍ୟ ବିଶ୍ୱ ବାଣିଜ୍ୟ ସଂଗଠନରେ ଶୁଳ୍କକୁ ଆହ୍ବାନ କରିବ ବୋଲି କହିଛି। ମଙ୍ଗଳବାର ଆମେରିକା ବର୍ଦ୍ଧିତ ଶୁଳ୍କ ଲାଗୁ କଲେ ସମସ୍ତେ ପାଲଟା ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ପାଲଟା ଜବାବ ପରେ ବାଣିଜ୍ୟ ଯୁଦ୍ଧକୁ ଆଗକୁ ବଢ଼ାଇବା ଅପେକ୍ଷା ଟ୍ରମ୍ପ ଶୁଳ୍କ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି।

- Advertisement -

ଆମେରିକୀୟମାନେ ୨୫ ପ୍ରତିଶତ ଶୁଳ୍କରୁ ଆର୍ଥିକ ପୀଡ଼ା ଅନୁଭବ କରିପାରନ୍ତି ବୋଲି ଟ୍ରମ୍ପ କହିଛନ୍ତି। ମେକ୍ସିକୋ ପ୍ରଧାନମନ୍ତ୍ରୀ କ୍ଲାଉଡିଆ ସେନବାଉମ୍‌ ସୋମବାର ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ସେ ସୋମବାର ଟ୍ରମ୍ପଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆମେରିକାକୁ ଅବୈଧ ନିଶାଦ୍ରବ୍ୟ ଚାଲାଣକୁ ରୋକିବା ପାଇଁ ମେକ୍ସିକୋ ତୁରନ୍ତ ଏହାର ଉତ୍ତର ସୀମାରେ ୧୦ ହଜାର ସୈନିକଙ୍କୁ ମୁତୟନ କରିବ ବୋଲି ସେନବାଉମ୍‌ ଟ୍ରମ୍ପଙ୍କୁ ଆଶ୍ବାସନା ଦେବା ପରେ ଟ୍ରମ୍ପ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ମଙ୍ଗଳବାର ସକାଳେ ଟ୍ରମ୍ପ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହିତ ଆଲୋଚନା କରିବେ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି। ‘ମୁଁ ବହୁତ କିଛି ନାଟକୀୟ ଆଶା କରୁନାହିଁ’ ବୋଲି ସେ କହିଛନ୍ତି।
୬ଟି ଦେଶର ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ମୂଲ୍ୟ ୦.୧୧ ପ୍ରତିଶତ ବଢ଼ି ୩ ସପ୍ତାହର ସର୍ବାଧିକ ସ୍ତର ୧୦୯.୬୫ରେ ପହଞ୍ଚିଛି। ଚୀନ୍‌ ମୁଦ୍ରା ୟୁଆନ ତୁଳନାରେ ଆମେରିକୀୟ ଡଲାର ମୂଲ୍ୟ ୦.୭% ବଢ଼ିଛି। ସେହିପରି କାନାଡା ଡଲାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୧.୪% ଦୁର୍ବଳ ହୋଇଛି, ଯାହା ୨୦୦୩ର ସ୍ଥିତିକୁ ଦର୍ଶାଉଛି। ୟୁରୋ ମୂଲ୍ୟ ମଧ୍ୟ ୨.୩% ହ୍ରାସ ସହ ୨୦୨୨ ନଭେମ୍ବରରେ ଦେଖାଦେଇଥିବା ସ୍ତରରେ ପହଞ୍ଚିଛି। ସେହିପରି ଷ୍ଟେରଲିଙ୍ଗ(ପାଉଣ୍ଡ) ମୂଲ୍ୟ ୦.୭୪ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ ମେକ୍ସିକୋ ମୁଦ୍ରା ପେସୋ ମୂଲ୍ୟ ୨.୭ ପ୍ରତିଶତ ବଢ଼ି ୨୦୨୨ ମାର୍ଚ୍ଚ ପରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ତେବେ ଜାପାନ ମୁଦ୍ରା ୟେନ୍‌ ମୂଲ୍ୟ ସ୍ଥିର ରହିଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଶୁଳ୍କ କଟକଣା ତାଲିକାରୁ ଭାରତକୁ ବାଦ୍‌ ଦେଇଥିଲେ ମଧ୍ୟ ଭାରତର ଟଙ୍କା ମୂଲ୍ୟ ସୋମବାର ୦.୭ ପ୍ରତିଶତ ହାସ ହୋଇଛି, ଯାହା ୨୦୧୩ ଜାନୁଆରୀ ପରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories