www.samajalive.in
Monday, December 8, 2025
13.1 C
Bhubaneswar

ବରକୁ ମହଙ୍ଗା ପଡ଼ିଲା ‘ଚୋଲି କେ ପିଛେ’ ଗୀତରେ ନୃତ୍ୟ: ବିବାହ ଭାଙ୍ଗିଦେଲେ କନ୍ୟା ପିତା, ବର ଶିଶୁପାଳ

ନୂଆଦିଲ୍ଲୀ: ବିବାହ ଶୋଭାଯାତ୍ରାରେ ସାଧାରଣତଃ ବରଯାତ୍ରୀମାନେ ବିଭିନ୍ନ ଗୀତରେ ତାଳ ଦେଇ ନୃତ୍ୟ କରିଥାନ୍ତି। ସ୍ଥଳ ବିଶେଷରେ ବର ମଧ୍ୟ କାର୍‌ରୁ ଓହ୍ଲାଇ ଆସି ବରଯାତ୍ରୀଙ୍କ ସହ ନୃତ୍ୟରେ ସାମିଲ ହୋଇଥାନ୍ତି। ତେବେ ନୂଆଦିଲ୍ଲୀରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ଉଦ୍ଦେଶ୍ୟରେ ଜଣେ ଯୁବକ ବରଯାତ୍ରୀଙ୍କ ସହ କନ୍ୟାଘରକୁ ଶୋଭାଯାତ୍ରାରେ ବାହାରି ଥିଲେ। କନ୍ୟା ଘର ନିକଟରେ ବ୍ୟାଣ୍ଡପାର୍ଟି ତରଫରୁ ଲୋକପ୍ରିୟ ହିନ୍ଦୀ ଗୀତ ‘ଚୋଲି କେ ପିଛେ କ୍ୟା ହୈ’ ବାଜୁଥିବାବେଳେ ବର କାର୍‌ରୁ ଓହ୍ଲାଇ ଆସି ଏହି ଗୀତର ତାଳେ ତାଳେ ନୃତ୍ୟ କରିଥିଲେ।

ତେବେ ଯୁବକଙ୍କ ଏତାଦୃଶ ଆଚରଣ କନ୍ୟା ପିତାଙ୍କୁ ଅସନ୍ତୁଷ୍ଟ କରିଥିଲା। କନ୍ୟା ପିତା ତୁରନ୍ତ ବିବାହକୁ ବାତିଲ ଘୋଷଣା କରିଥିଲେ। ଭାବୀ ଜ୍ବାଇଁଙ୍କ ନାଚ ଯୋଗୁଁ ପରିବାରର ମୂଲ୍ୟବୋଧ କ୍ଷୁର୍ଣ୍ଣ ହୋଇଥିବା କନ୍ୟା ପିତା କହିଥିଲେ। ଯୁବକ ଜଣକ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଫଳରେ ସଂପୃକ୍ତ ଯୁବକଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା। ଏପରିକି ଭାବୀ ସ୍ବାମୀ ସହ ଯେପରି କୌଣସି ସମ୍ପର୍କ ନ ରଖେ, ସେଥିପ୍ରତି ସତର୍କ ରହିବାକୁ କନ୍ୟା ପିତା ନିଜ ଝିଅକୁ ତାଗିଦା କରିଥିଲେ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories