www.samajalive.in
Wednesday, December 10, 2025
16.1 C
Bhubaneswar

୧୯ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ, ଟାଇଟଲ ବଜାୟ ରଖିବାକୁ ଉଦ୍ୟମ କରିବ ଭାରତ

କ୍ବାଲାଲାମ୍ପୁର : ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଦ୍ବିତୀୟ ସଂସ୍କରଣର ଫାଇନାଲ ରବିବାର ଖେଳାଯିବ। ଭାରତ କ୍ରମାଗତ ଦ୍ବିତୀୟ ଫାଇନାଲ ଖେଳିବାକୁ ଯାଉଥିବାବେଳେ ଟାଇଟଲ ବଜାୟ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ ଖେଳିବ। ନିକି ପ୍ରସାଦଙ୍କ ନେତୃତ୍ବାଧିନ ଭାରତ ଅପରାଜୟ ସହ ଫାଇନାଲରେ ପହଞ୍ଚିଛି।

ଭାରତ ପକ୍ଷରୁ ବୋଲିଂରେ ପାରୁନିକା ସିସୋଦିଆ, ଆୟୁଷି ଶୁକ୍ଲା, ବୈଷ୍ଣବୀ ଶର୍ମା ରହିଛନ୍ତି। ପାରୁନିକା ୧୨ଟି ୱିକେଟ ନେଇଥିବାବେଳେ ବୈଷ୍ଣବୀ ମାଲେସିଆ ବିପକ୍ଷରେ ହ୍ୟାଟ୍ରିକ କରିଥିଲେ। ବ୍ୟାଟିଂରେ ଗୋଙ୍ଗାଡ଼ି ତ୍ରିଶା ୨୬୫ରନ କରିଛନ୍ତି। ବିଶ୍ବକପରେ ପ୍ରଥମ ଭାରତୀୟ ମହିଳା ଭାବେ ଶତକ ହାସଲ କରିଛନ୍ତି। ଏହାଛଡ଼ା ଶୁବନମ ସକିଲ ମଧ୍ୟ ରନ କରୁଛନ୍ତି।

- Advertisement -

ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭାରତ ବହୁତ ଭଲ ଦଳ ରହିଛି। ଦକ୍ଷିଣ ଆଫ୍ରିକା ଅଧିନାୟିକା କାଏଲା ରୋନିକ୍‌ ବୋଲିଂରେ ୧୦ଟି ୱିକେଟ ନେିଥିବାବେଳେ ବ୍ୟାଟିଂରେ ଜିମା ବୋଥା ମଧ୍ୟ ରନ କରୁଛନ୍ତି। ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ମ୍ୟାଚ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରୁ ଖେଳାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories