www.samajalive.in
Thursday, December 11, 2025
15.1 C
Bhubaneswar

ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାବର ଚୱନପ୍ରାଶ

ଭୁବନେଶ୍ୱର : ଭବିଷ୍ୟତ ପିଢିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିବଦ୍ଧତାର ଅଂଶ ଭାବେ ଡାବର ଚୱନପ୍ରାଶ ବିଶାଳ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି ଯାହା ଦେଶବ୍ୟାପୀ ଅଣସଂରକ୍ଷିତ ଓ ଅବହେଳିତ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଅଭିଯାନ ଅଧିନରେ ଡାବର ଚୱନପ୍ରାଶ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ସହ ରୋଗ ପ୍ରତିରୋଧକ ଶକ୍ତି ସଚେତନତା ଅଧିବେଶର ପରିଚାଳନା କରିବ। ଏହା ସାଧାରଣ ବ୍ୟାକ୍ଟେରିଆ ଓ ଭାଇରସ ଏବଂ ପରିବର୍ତିତ ଋତୁ କାରଣରୁ ହେଉଥିବା ଅସୁସ୍ଥତା ବିରୋଧରେ ଲଢିବା ପାଇଁ ଏକ ମଜବୁତ ରୋଗ ପ୍ରତିରୋଧକ ଶକ୍ତି ଗଠନ କରିବାର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବ। ୟୁନିଟ-୩, ଖାରବେଳ ନଗରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୫୦ରୁ ଅଧିକ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନର ପରିଚାଳନା କରାଯିବା ସହିତ ଏହି ଅଭିଯାନକୁ ଆଜି ପାଟନାରେ ଶୁଭାରମ୍ଭ କରାଯାଇଛି।

ଏହି ଅଧିବେଶନ ଶୀତ ଦିନରେ ଅସୁସ୍ଥତା ବିରୋଧରେ ଲଢିବା ପାଇଁ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଥିଲା। ପିଲାମାନେ ମଧ୍ୟ ସାଧାରଣ ସ୍ୱଚ୍ଛତା ଓ ଏକ ପୋଷଣଯୁକ୍ତ ଆହାର ମାଧ୍ୟମରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ମାଧ୍ୟମଗୁଡିକ ସମ୍ପର୍କରେ ସଚେତନ ହୋଇଥିଲେ। ଚୱନପ୍ରାଶ ହେଉଛି ଏକ ୩୦୦୦ ବର୍ଷ ପୁରୁଣା ଓ ସୁପରିଚିତ ଆୟୁର୍ବେଦିକ ଫର୍ମୁଲେଶନ ଯାହାକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବ୍ୟବହାର କରାଯାଏ ଏବଂ ଏହା ଥଣ୍ଡା , କାଶ ଭଳି ଦୈନନ୍ଦିନ ସାଧାରଣ ସଂକ୍ରମଣଗୁଡିକ ବିରୋଧରେ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଡାବର ଚୱନପ୍ରାଶରେ ‘ରସାୟନ’ ଔଷଧି ରହିଛି ଯାହା ଏହାର ଇମ୍ୟୁନୋମୋଡୁଲେଟୋରି ପ୍ରଭାବଗୁଡିକ ମାଧ୍ୟମରେ ବିଭିନ୍ନ ପ୍ରକାରର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ।

- Advertisement -

ଏହି ଅବସରରେ ଡାବର ଇଣ୍ଡିଆ ଲିମିଟେଡର ହେଲ୍‌ଥ ସପ୍ଲିମେଂଟସ ବିଭାଗର ମାର୍କେଟିଂ ମୁଖ୍ୟ ଅମିତ ଗର୍ଗ କହିଛନ୍ତି, “ଡାବର ଚୱନପ୍ରାଶ ୧୦୦ ବର୍ଷରୁ ଅଧିକ ସମୟ ହେବ ମଜବୁତ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ସହଯୋଗ କରିବା ଲାଗି ପ୍ରତିବଦ୍ଧ ରହିଛି। ଏହି ଅଭିଯାନ ଉକ୍ତ ପ୍ରତିବଦ୍ଧତା ଦିଗରେ ଏକ ଅଗ୍ରଗାମୀ ପଦକ୍ଷେପ। ଏହି ଅଭିଯାନ ମାଧ୍ୟମରେ ଆମେ ପିଲାମାନଙ୍କୁ ଚୱନପ୍ରାଶ ପ୍ରଦାନ କରିବା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱକୁ ଆଲୋକପାତ କରି ଅଣସଂରକ୍ଷିତ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରୟାସ କରିବୁ।” ଡଃ ବିନୋଦ କୁମାର ଉପାଧ୍ୟାୟ କହିଛନ୍ତି, “ଋତୁକାଳିନ ପରିବର୍ତନ ସମୟରେ ତାପମାତ୍ରାରେ ହଠାତ ପରିବର୍ତନ ଆସିଥାଏ, ଯାହା ଥଣ୍ଡା, କାଶ ଓ ଫ୍ଲୁ ଭଳି ଅନେକ ରୋଗ ସୃଷ୍ଟି କରିଥାଏ। ଡାବର ଚୱନପ୍ରାଶ ହେଉଛି ପରିବର୍ତିତ ଜଳବାୟୁ ଚକ୍ରରେ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତାକୁ ବୃଦ୍ଧି କରିବା ପାଇଁ ଏକ ପ୍ରଭାବୀ ସମାଧାନ।” ଏହି କ୍ୟାମ୍ପେନ ଅଧିନରେ ଡାବର ଚୱନପ୍ରାଶ ଭାରତର ଆଗ୍ରା, ବାରାଣସୀ, ଗୋରଖପୁର, ଲକ୍ଷ୍ନୌ, ଉଦୟପୁର, ଜୟପୁର, ଭୁବନେଶ୍ୱର, କୋଲ୍‌କାତା, ସିଲିଗୁଡି, ପାଟନା, ଗୟା, ଇନ୍ଦୋର, ରାୟପୁର, ପୁନେ, ଔରଙ୍ଗାବାଦ, ରାଂଚି, ବେଙ୍ଗାଲୁରୁ, ମୁମ୍ବାଇ, ନାସିକ, ନାଗପୁର, ଗ୍ୱାଲିୟର ଓ ଚଣ୍ଡୀଗଡ ଆଦି ୨୨ଟି ସହରର ଅଗ୍ରଣୀ ଏନ୍‌ଜିଓଗୁଡିକ ସହ ସହଭାଗିତା କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories