www.samajalive.in
Sunday, December 14, 2025
26.1 C
Bhubaneswar

ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଫୁଲବାଣୀ:କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ସଭାପତି ସୁବାଷ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ପରିଚାଳନା କରିଥିଲେ । ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଦଳପଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକ ଯୋଗ ଦେଇ ଉଦ୍ଘାଟନ କରିଥିଲେ।

ପ୍ରତିଯୋଗିତାରେ ବାଳକ ବାଳିକା ୧୦୦ ମିଟର ,ବାଳକ ବାଳିକା ୨୦୦ ମିଟର , ସର୍ଟ ଫୁଟ ବାଳକ ବାଳିକା, କବାଡି , ଫୁଟବଲ, କ୍ରିକେଟ, ଭଳିବଲ,ଲଙ୍ଗ ଜମ୍ପ,ହାଇଜମ୍ପ,ମ୍ୟୁଜିକ ଚ୍ୟାର, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ବିଚାରକ ଭାବରେ ମେଡୁ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ମଲିକ ଓ ଆର୍ ନୂଆଁ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଶାଂସୁ ଶେଖର ସାମନ୍ତରାୟ ଯୋଗ ଦେଇ ଥିଲେ। ଅପରାହ୍ନରେ କ୍ରୀଡ଼ା ପ୍ରତିଯୋଗିତା ଉଦଯାପନ କରାଯାଇ ଥିଲା।

- Advertisement -

ଶେଷରେ କୃତି କାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଶ୍ରୀମତୀ ମଲିକ ସାର୍ଟିଫିକେଟ ପ୍ରଦାନ କରି ଥିଲେ। ଏଥିରେ ପ୍ରଧାନ ଶିକ୍ଷକଙ୍କ ସହିତ ରାଜନାରାୟଣ ଦାଶ, ଶ୍ରୀମତୀ ସସ୍ମିତା କାନୁନଗୋ, ଉଦୟନାଥ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ,ଜାଗେଶ୍ୱର ଗାଇଗୋରିଆ, ଶଙ୍କର୍ଷଣ ଯାନୀ ଶିକ୍ଷକ ଓ ସମାଜସେବୀ ଅଚ୍ୟୁତ ଯାନୀ,ଭାବିନ୍ଦ୍ର କହଁର ଏବଂ ସମେତ ଅନନ୍ତ ଯାନୀ, କିଶୋର ଚନ୍ଦ୍ର ପ୍ରଧାନ, ନିରଞ୍ଜନ ପ୍ରଧାନ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories