ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘରେ ଶୋଇଥିବା ବେଳେ ଘରୁ ଟଙ୍କା, ସୁନା ଓ ରୂପା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନାରାୟଣପୁର ଗ୍ରାମରେ ରହୁଥିବା ଏନ. ସାବିତ୍ରୀ ଦେବୀ ଓ ତାଙ୍କ ପରିବାର ରାତିରେ ଘରେ ଶୋଇଥିବା ସମୟରେ ଦୁର୍ଵୃତ୍ତମାନେ ଘର ବାରିପଟ ଗ୍ରିଲ ଭାଙ୍ଗି ଘରେ ପଶି ଶୋଇଥିବା ରୁମକୁ ବାହାର ପଟୁ ଲକ କରି ଦେଇଥିଲେ। ଏହା ପରେ ଆଲମିରା ଭାଙ୍ଗି ସେଥିରେ ଥିବା ସୁନା କାନ ଫୁଲ, ରୂପା ପାଉଁଜି , ହାତ ଘଣ୍ଟା , ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ମିଳିବା ପରେ ଥାନାରେ କେସ ନମ୍ବର ୩୪/୨୫ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।
Popular Categories



