www.samajalive.in
Monday, December 8, 2025
20.1 C
Bhubaneswar

ଥଣ୍ଡା ପାଣିର ଉପଯୋଗରେ ଦୂର ହୁଏ ମୁହଁର ଅନେକ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ ଜଳ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଉଚିତ ପରିମାଣର ପାଣି ପ୍ରତ୍ୟେକ ଦିନ ପିଇବା ଦ୍ବାରା ଅନେକ ରୋଗ ଦୂରେଇ ରହିଥାଏ। ଉଷୁମ ପାଣି ଓ ଥଣ୍ଡାପାଣି ଉଭୟ ସ୍ବାସ୍ଥ୍ୟ ପ୍ରତି ଉପକାରୀ। ହେଲେ ଦୁଇଟିର ବ୍ୟବହାର ଭିନ୍ନ ଭିନ୍ନ । ତେ‌ବେ କ’ଣ ଆପଣ ଜାଣନ୍ତି, ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଥଣ୍ଡା ଜଳ ବା ବରଫ ପାଣି ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଚାଲନ୍ତୁ ଜାଣିବା ଥଣ୍ଡା ଜଳର ବ୍ୟବହାରରେ କିପରି ତ୍ବଚାର ଅନେକ ସମସ୍ୟା ଦୂର ହୋଇଥାଏ –

ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଯଦି ଆପଣ ସପ୍ତାହରେ ଦୁଇ ଥର ତ୍ବଚାରେ ଥଣ୍ଡା ଜଳର ବ୍ୟବହାର କରିବେ ତେବେ ତ୍ୱଚା ସଫା ରହିବ। ମୁହଁରେ ବରଫ ଖଣ୍ଡ ଘଷିଲେ ତ୍ୱଚାର ରଙ୍ଗ ସଫା ହୋଇଥାଏ। ତ୍ୱଚା ଉଜ୍ଜ୍ୱଳ ମଧ୍ୟ ହୋଇଥାଏ। ଏଥିପାଇଁ ଆଉ ଆପଣଙ୍କୁ ଫେସଓ୍ଵାସ୍ ବା କୌଣସି କ୍ରିମର ବ୍ୟହାର କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କ ମୁହଁ କୁଣ୍ଡେଇ ହେଉଛି ବା ମୁହଁରେ ଦାଗ ଅଛି, ତେବେ ଏଥିରୁ ମୁକ୍ତି ପାଇବାର ସବୁଠାରୁ ସରଳ ଓ ସହଜ ଉପାୟ ହେଲା ଦିନରେ ତିନି ଥର ମୁହଁକୁ ଥଣ୍ଡା ଜଳରେ ଧୋଇବା।

- Advertisement -

ଏଥିସହିତ ଯଦି ମୁହଁରେ କୌଣସି ପ୍ରକାରର ସଂକ୍ରମଣ ହୋଇଥାଏ, ତେବେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଥଣ୍ଡା ଜଳରେ ମୁହଁକୁ ଭଲଭାବେ ପରିଷ୍କାର କରନ୍ତୁ। ସେଥିରେ ଅଳ୍ପ ଗୋଲାପ ଜଳ ମିଶାଇ ମଧ୍ୟ ବ୍ୟବହାର କରିପାରନ୍ତି। ଏଭଳି କରିଲେ ମୁହଁରେ ସଂକ୍ରମଣର ଆଶଙ୍କା ରହିବ ନାହିଁ ଓ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories