www.samajalive.in
Sunday, December 14, 2025
26.1 C
Bhubaneswar

ମା’ ସାତପୁଟଳିଙ୍କ ପାହାଡୀପୂଜା, ୨୦ ହଜାର ଭକ୍ତଙ୍କ ସମାଗମ

କଳାବାଡିଆ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢିଖମାରୀ, ବଡ଼ଗାଁ ଓ ଭୁଆସୁଣୀ ପଞ୍ଚାୟତର ମଧ୍ୟ ସ୍ଥଳରେ ମା’ ସାତପୁଟୁଳିଙ୍କ ପାହାଡି ପୂଜା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତଙ୍କ ଗହଣରେ ଦେବୀଙ୍କୁ ଦେହୁରୀ ଶରତ ଚନ୍ଦ୍ର ନାଏକ ପୂଜା କରିଛନ୍ତି। ବୁଢିଖମାରୀ ପଞ୍ଚାୟତର ଉଦାଳି ଗ୍ରାମ ନିକଟରେ ମେଳା ସାଙ୍ଗକୁ ଅନେକ ରକମର ଦୋକାନ ବସିଛି ।  ଲୋକଙ୍କ ମନସ୍କାମନା ପାଇଁ ଏଠାରେ ବୋଦା ଓ କୁକୁଡା ବଳି ପଡିଥାଏ । ଏକଶହ ବର୍ଷରୁ ଉର୍ଦ୍ଧ୍ବ ହେବ ମା’ଙ୍କ ପୂଜା ଅର୍ଚ୍ଚନା ହୋଇ ଆସୁଛି ବୋଲି ବୁଢିଖମାରୀ ପଞ୍ଚାୟତର ଜଣେ ଭକ୍ତ ବୈରାଗୀ ନାଏକ କୁହନ୍ତି।

- Advertisement -

ମକର ସଂକ୍ରାନ୍ତିର ୧୫ ଦିନ ପରେ ପଡୁଥିବା ପ୍ରଥମ ଗୁରୁବାର ଦିନ ମା’ ପାଟଳି ଦେବୀଙ୍କ ପ୍ରତିବର୍ଷ ପୂଜା ହୋଇଥାଏ। ଚଳିତ ବର୍ଷ ୧୮ଟି ମୌଜାର ଲୋକମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି। ଗୋଟିଏ କମିଟି  ମା’ଙ୍କ ପୀଠରେ ପୂଜା ଅର୍ଚ୍ଚନା କଥା ବୁଝୁଥିବାବେଳେ ଅନ୍ୟ କମିଟି ମେଳା ପରିଚାଳନା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ବ ବହନ କରୁଛି । ଉଦାଳି ଗ୍ରାମ ଠାରୁ ଦୁଇ କିଲୋମିଟର ଖାଲି ପାଦରେ ପାହାଡ ଓ ଜଙ୍ଗଲ ମଧ୍ୟରେ ଚାଲିଚାଲି ମା’ଙ୍କ ପୀଠକୁ ଭକ୍ତ ଯାଇଥାନ୍ତି। ଚଳିତ ବର୍ଷ ପୂଜାରେ ୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଛି ‌। ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ବିଧାୟିକା ମୁର୍ମୁଙ୍କୁ କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁରୁବାର ରାତିରେ ଢାବୁଲ ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମେଳା କମିଟି ଠାକୁରାନ ବୁରୁ ସେମଲେଦ୍ (ଟିବିଏସ) ର ସଭାପତି ରାମଦାସ ହାଁସଦା଼ଃ, ସମ୍ପାଦକ  ରାମ ଚନ୍ଦ୍ର ବେଉରାଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କମିଟି ସଦସ୍ୟଙ୍କ ସହଯୋଗରେ ମେଳା ଅନୁଷ୍ଠିତ ହୋଇଯାଇଛି  ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories