www.samajalive.in
Monday, December 8, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ; ମାଙ୍କଡକୁ ଆଉଁସି ଦେଉଥିଲେ ଯୁବତୀ, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ପୋଷ୍ଟ କରୁଛନ୍ତି । ଏହା ଏବେ ଏକ ବଡ ନିଶା ମଧ୍ୟ ପାଲଟିଥିବା ଦେଖାଯାଉଛି । ଭିଡିଓ କରିବା ପାଇଁ ଲୋକେ ସ୍ଥାନ କାଳ ପାତ୍ର ମଧ୍ୟ ଚିନ୍ତା କରୁ ନାହାଁନ୍ତି । ଏଭଳି ବିପଦପୂର୍ଣ୍ଣ ସ୍ଥାନ ଠାରୁ ଆରମ୍ଭ କରି ଜଙ୍ଗଲୀ ଜନ୍ତୁଙ୍କ ସହ ମଧ୍ୟ ଭିଡିଓ କରି ପୋଷ୍ଟ କରୁଥିବା ଦେଖାଯାଉଛି । ନିକଟରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଏପରି ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

- Advertisement -

ଭିଡିଓରେ ଦେଖିପାରିବେ, ଜଣେ ଯୁବତୀ କିଛି ମାଙ୍କଡଙ୍କୁ ଖାଦ୍ୟ ଖୁଆଇବା ସହ ଭିଡିଓ କରୁଥିଲେ । ସେହି ସମୟରେ ହଠାତ୍‌ ଏକ ମାଙ୍କଡ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା । ଯୁବତୀ ଜଣକ ଭୟଭୀତ ହେଉଥିବା ଦେଖାଯାଉଛି ।
ଯୁବତୀ ଜଣକ ୩ଟି ମାଙ୍କଡକୁ ଖାଦ୍ୟ ଖାଇବାକୁ ଦେଉଥିଲେ । ମାଙ୍କଡ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଖାଦ୍ୟ ଖାଉଥିଲେ । ମାତ୍ର ଯୁବତୀ ଜଣକ ଗୋଟିଏ ମାଙ୍କଡକୁ ଆଉଁସିବା ଆରମ୍ଭ କରିଥିଲେ । ସେହି ସମୟରେ ମାଙ୍କଡ ତୁରନ୍ତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା । ଭିଡିଓକୁ ଏଯାଏଁ ୨୬ ମିଲିୟନରୁ ଅଧିକ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories