www.samajalive.in
Saturday, December 6, 2025
26.1 C
Bhubaneswar

ଛିଣ୍ଡିପାରୁନି ଡବ୍ଲ୍ୟୁଓଡିସି ଅଙ୍କ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ୍ ତ୍ରିପାଠୀ କେବେଠାରୁ ଇସ୍ତଫା ଦେଇ ସାରିଲେଣି। ରାଜ୍ୟର ନୂଆ ବିଜେପି ସରକାର ତାଙ୍କୁ ବରଖାସ୍ତ କରିବା ପୂର୍ବରୁ ଅସୀତ୍ ନିଜ ପଦବୀ ଛାଡ଼ି ସାରିଲେଣି। ମାତ୍ର ମୋହନ ମାଝୀ ସରକାରକୁ ଇତି ମଧ୍ୟରେ ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଏଯାଏଁ ନିଯୁକ୍ତ କରାଯାଇ ପାରି ନାହିଁ।
ଗତ ଅଗଷ୍ଟ ମାସରେ ଅସୀତ୍ ଏହି ପଦବୀ ଛାଡିଛନ୍ତି। ତଥାପି କେଉଁ କାରଣରୁ ଡବ୍ଲ୍ୟୁଓଡିସିର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରୁ ନାହିଁ ତାହା କିନ୍ତୁ କିଛି ବୁଝାପଡୁ ନାହିଁ। ପୂର୍ବରୁ ବିଜେଡି ସରକାର ଏହି ପଦବୀକୁ କ୍ୟାବିନେଟ୍ ରାଙ୍କ ପ୍ରଦାନ କରିଥିଲେ। ଜଣେ କ୍ୟାବିନେଟ୍ ମନ୍ତ୍ରୀ ପାଉଥିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏହାର ଅଧ୍ୟକ୍ଷ ପାଇପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅବଶ୍ୟ ମୋହନ ସରକାର ନୂତନ ନିଯୁକ୍ତି ପରେ ତାଙ୍କୁ ସେହି ସୁବିଧା ଦେବେ ନା ନାହିଁ ତାହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭର କରୁଛି। ତଥାପି ଏହି ପଦବୀ ଲାଗି ମାଳମାଳ ଆଶାୟୀ ଏବେ ନିଜନିଜ ସପକ୍ଷରେ ଲବି କରିବା ଆରମ୍ଭ କରିଦେଇଛନ୍ତି। ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାକୁ ନେଇ ଏହି ବିକାଶ ପରିଷଦ ଗଢା ଯାଇଛି। ରାଜ୍ୟ ବଜେଟରେ ଏନେଇ ସ୍ୱତନ୍ତ୍ର ଭାବରେ ଅନୁଦାନ ମଧ୍ୟ ଦିଆଯାଉଛି। ରାଜ୍ୟର ଆଞ୍ଚଳିକ ବୈଷମ୍ୟ ହଟାଇବା ଦିଗରେ ଏହି ବିକାଶ ପରିଷଦର ବେଶ ଗୁରୂତ୍ୱପୂର୍ଣ୍ଣ ଭୂମିକା ରହିଛି। ଡବ୍ଲ୍ୟୁ ଓଡିସି ଢାଞ୍ଚାରେ ଆହୁରି ଦୁଇଟି ଅର୍ଥାତ୍ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିସାରିଛନ୍ତି। ମାତ୍ର ଯେଉଁ ଅନୁଷ୍ଠାନଟି ପୂର୍ବରୁ ରହିଛି ତାହାର ଅଧ୍ୟକ୍ଷ ନିଯୁକ୍ତିରେ କାହିଁକି ବିଳମ୍ୱ ଘଟୁଛି ସେନେଇ ଖୋଦ୍ ବିଜେପି ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ ଦଳର କିଛି ବରିଷ୍ଠ ନେତା ଏବଂ ମନ୍ତ୍ରୀ ଏହି ପଦବୀରେ ନିଜନିଜର ଅନୁଗତଙ୍କୁ ବସାଇବା ନେଇ ଜିଦ୍ ଧରି ବସିଛନ୍ତି। ଏଥିରେ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ସେହି କାରଣରୁ ଏହି ପଦବୀ ପୂରଣ କରାଯାଇ ପାରୁ ନାହିଁ ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଉପକୂଳିଆ ବିଜେପି ନେତା କହିଛନ୍ତି। ତେବେ ସେ ଯାହା ବି ହେଉନା କାହିଁକି ଶୀଘ୍ର ଏହି ପଦବୀ ପୂରଣ କରିବା ଲାଗି ଏବେ ବିଭିନ୍ନ ମହଲରୁ ଦାବି କରାଯାଉଛି।

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories