www.samajalive.in
Friday, December 12, 2025
23.1 C
Bhubaneswar

ପାରାଦୀପରେ ସିରିଜ ଦୁର୍ଘଟଣା, ୨ ଗୁରୁତର

ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଆଜି ଏହି ବୋଲେରୋଟି ପାରାଦୀପ ସମୁଦ୍ର କୂଳରେ ଥିବା  ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଇଥିଲା ଏବଂ ଏହାପରେ ସେଠାରେ ଥିବା କାଠ ପୋଲରେ ପିଟି ହୋଇଥିଲା। ଏହି ସିରିଜ ଦୁର୍ଘଟଣାରେ ୨ ଦୋକାନୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଥିବା ୪ଜଣଙ୍କୁ ବାହାରକୁ ଆଣି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପାରାଦୀପ ସମୁଦ୍ର କୂଳରେ ସିରିଜ ଦୁର୍ଘଟଣା ଘଟାଇ ୨ଜଣଙ୍କୁ ଗୁରୁତର କରିବା ସହ ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ଅଭିଯୋଗରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ୪ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହାସହିତ ସିରିଜ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories