www.samajalive.in
Sunday, December 14, 2025
23.1 C
Bhubaneswar

ବାଂଲାଦେଶକୁ ସମସ୍ତ ପ୍ରକାର ସହାୟତା ବନ୍ଦ କରିବ ଆମେରିକା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶକୁ ଆମେରିକା ଦେଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏ ନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁନାଇଟେଡ ଷ୍ଟେଟ୍‌ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ(ୟୁଏସଏଆଇଡି) ବାଂଲାଦେଶରେ ଜାରି ରଖିଥିବା ନିଜର ସମସ୍ତ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବ ବୋଲି କହିଛି। ଆମେରିକାର ଏହି ପଦକ୍ଷେପ ବାଂଲାଦେଶ ପାଇଁ ବଡ଼ ଝଟକା ହେବ ବୋଲି କୁହାଯାଉଛି। ବାଂଲାଦେଶରେ ଶେଖ ହସିନାଙ୍କ ସରକାର ପରିବର୍ତ୍ତନ ହେବା ପରେ ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି। ଲୋକମାନେ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶ ଅର୍ଥବ୍ୟବସ୍ଥାରେ ଆମେରିକାର ନିବେଶ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୨୦୨୦ ସୁଦ୍ଧା ଆମେରିକାର ମୋଟ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ପ୍ରାୟ ୩ ଶହ କୋଟି ଡଲାର ରହିଥିଲା। ଆମେରିକାର କମ୍ପାନୀଗୁଡ଼ିକ ବାଂଲାଦେଶର ବୟନ ଶିଳ୍ପ, ଶକ୍ତି, କୃଷି ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରମୁଖ ନିବେଶକ ରହିଥିଲେ। ଆମେରିକୀୟ କମ୍ପାନୀଗୁଡ଼ିକ ବାଂଲାଦେଶର କପଡ଼ା ଉଦ୍ୟୋଗରେ ବଡ଼ ପରିମାଣରେ ନିବେଶ କରିଛନ୍ତି। ଯାହାଫଳରେ ବାଂଲାଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। ଟ୍ରମ୍ପଙ୍କ ନିଷ୍ପତ୍ତି ବାଂଲାଦେଶକୁ ପାକିସ୍ତାନ ଭଳି ଦୁର୍ବଳ ଆର୍ଥିକ ଅବସ୍ଥାରେ ଛନ୍ଦି ପକାଇବ ବୋଲି କୁହାଯାଉଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories