www.samajalive.in
Monday, December 8, 2025
13.1 C
Bhubaneswar

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ପରେଡ୍‌ର ଆୟୋଜନ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆଜି ପତାକା ଉତ୍ତୋଳନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏଥର ମୁଖ୍ୟ ଅତିଥି ଭାବେ ଯୋଗଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି। ନୂଆଦିଲ୍ଲୀ କର୍ତ୍ତବ୍ୟପଥରୁ ସାରା ବିଶ୍ଵ ଦେଖିବ ଭାରତର ଐତିହ୍ୟ , ଶକ୍ତି ଓ ସଂସ୍କୃତିର ଝଲକ। ଆଜି ପରେଡରେ ଗଡିବ ଅତ୍ୟାଧୁନିକ ସେନା ଗାଡି ନନ୍ଦିଘୋଷ, ଚଳିତବର୍ଷର ଥିମ୍ ସ୍ଵର୍ଣ୍ଣିମ ଭାରତ: ବିରାସତ୍ ଓ ବିକାଶ। ସେନାବାହିନୀ ପରାକ୍ରମ ଦେଖାଇବା ସହ ଆକାଶରେ ଉଡିବ ଲଢୁଆ ବିମାନ। ଚଳିତବର୍ଷ ପରେଡରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟର ମୋଟ ୩୦ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏଥିମଧ୍ୟରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୫ଟି ଏବଂ ମନ୍ତ୍ରଣାଳୟର ୧୫ଟି ମେଢ ଅନ୍ତର୍ଭୁକ୍ତ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ। ପ୍ରଜ୍ଞାପନ ମେଢର ସମ୍ମୁଖ ଭାଗ ହିନ୍ଦୀରେ, ପଛପଟ ଇଂରାଜୀ ଏବଂ ପାର୍ଶ୍ବରେ ଆଞ୍ଚଳିକ ଭାଷାରେ ସଂପୃକ୍ତ ନାମଫଳକ ଲେଖାଯିବ। ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପ୍ରଜ୍ଞାପନ ମେଢ ତାଲିକା ପାଇଁ ମନୋନୀତ ହୋଇନାହାନ୍ତି, ସେମାନେ ୨୬ରୁ ୩୧ ପର୍ଯ୍ୟନ୍ତ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ପର୍ବ’ରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରଜ୍ଞାପନ ମେଢରେ ଲୋଗୋ କିମ୍ବା ଲେଖାକୁ ବାରଣ କରାଯାଇଥିବାବେଳେ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଗଠନଗୁଡିକ ସେମାନଙ୍କର ପ୍ରଜ୍ଞାପନ ମେଢରେ ଭର୍ଚୁଆଲ ରିଏଲିଟି ଡିଜାଇନ ପାଇଁ ସିଡି/ଡିଭିଡି ବ୍ୟବହାର କରିପାରିବେ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories