www.samajalive.in
Sunday, December 14, 2025
23.1 C
Bhubaneswar

ରାସ୍ତାରେ ଯମ ହୋଇ ଜଗିଛି ଶୁଖିଲା ଆମ୍ବ ଗଛ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମ ନିକଟରେ ରାସ୍ତା ପାର୍ଶ୍ୱରେ ଯମ ହୋଇ ଛିଡ଼ାହୋଇଛି ଶୁଖିଲା ଆମ୍ବ ଗଛ। ସଦର ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥପୁର ଯିବା ବାଟ ପାଟବନ୍ଦ ଗାଁ ପାଖ ରାସ୍ତା କଡ଼ରେ ଯମ ହୋଇ ଜଗିରହିଛି ବିରାଟ ବଡ଼ ଶୁଖିଲା ଆମ୍ବ ଗଛ। ଏହି ରାସ୍ତା ଦେଇ ଥେରୁବାଲି, ମୁନିଗୁଡା, ବିଷମକଟକ, ରାୟଗଡ଼ା ସହ ଏହି ବ୍ଲକର ତିନୋଟି ପଞ୍ଚାୟତର ଲୋକେ ଯାତାୟତ କରନ୍ତି। ବ୍ଲକ ଅଫିସରୁ ଆରମ୍ଭ କରି ମେଡ଼ିକାଲ, ମାର୍କେଟିଂ, କଲେଜ ସହ ସବୁଦିନ ହଜାର ହଜାର ସଂଖ୍ୟାରେ ବାଇକ, ସାଇକେଲ, ଅଟୋ ରିକ୍ସାରେ ଲୋକେ ବିପଦକୁ ଆପଣାଇ ଯାତାୟତ କରୁଥିବାବେଳେ ଏବେ ଏହି ଶୁଖିଲା ଆମ୍ବ ଗଛ କିଛି ଯୁବକ ଯୁବତୀଙ୍କ ପାଇଁ ଫୋଟ ଓ ଭିଡିଓ ଉତ୍ତୋଳନ ପାଇଁ ପ୍ରାକୃତିକ ଶୋଭା ପାଲଟିଥିବା ମଧ୍ୟ ଦେଖିବାକୁ ମିଳିଛି। ଗଛଟି ବହୁ ଦିନ ଧରି ଖୁଖି ରାସ୍ତା କଡରେ ଛିଡ଼ା ହୋଇ ରହିଥିବା ଯୋଗୁଁଁ ସେହି ରାସ୍ତାରେ ଚଳପ୍ରଚଳ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। କେତେବେଳେ କ’ଣ ଅଘଟଣ ଘଟିବ ତାକୁ ଏଡ଼ାଇ ହେବନି। ଏହି ଶୁଖିଲା ଆମ୍ବ ଗଛ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କାଟିବା ପାଇଁ ତିନିଟି ପଞ୍ଚାୟତ ସୁନାଖଣ୍ଡି, ପଲମା, କନ୍ଦ ଖାତିପାଡୁର ଲୋକମାନେ ଦାବି କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories