www.samajalive.in
Monday, December 8, 2025
24.1 C
Bhubaneswar

ମାଓବାଦୀଙ୍କ ଗୋଳାବାରୁଦ କାରଖାନା ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସମାଜ ଡିଜିଟାଲ ଡେସ୍କ: ମାଓବାଦୀ ତିଆରି କରୁଥିଲେ ବନ୍ଧୁକ, ବୋମା। କୋମ୍ବିଂ ଅପରେସନ ବେଳେ ଏଭଳି ଏକ ଗୋଳାବାରୁଦ କାରଖାନା ଠାବ କରିଛନ୍ତି ଯବାନ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ଗରିଆବନ୍ଧ ଜଙ୍ଗଲରୁ ଏହି କାରଖାନାକୁ ଠାବ କରିଛନ୍ତି କୋବ୍ରା ବାହିନୀ ଏବଂ ସିଆରପିଏଫ ଯବାନ।

ସୁକମା ଜିଲାର ଗରିଆବନ୍ଧ ଓ ଏହାର ଆଖପାଖ ଜଙ୍ଗଲରେ ଗୁଳିବିନିମୟ ଘଟି ୧୪ ମାଓବାଦୀ ନିହତ ହୋଇଥିଲେ। ଏହା ପରଠାରୁ ସେହି ଅଞ୍ଚଳରେ ଯବାନମାନଙ୍କ ପକ୍ଷରୁ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଏହି ସମୟରେ ଗରିଆବନ୍ଧ ଜଙ୍ଗଲରେ ମାଓବାଦୀମାନ ଚଳାଇଥିବା ଏକ କାରଖାନାକୁ ଠାବ କରିଥିଲେ ଯବାନ। ସେଠାରୁ ବହୁ ପରିମାଣର ବନ୍ଧୁକ, ଆଇଇଡି, ବୋମା ଜବତ ହୋଇଛି। ଏପରି କି ମଲ୍‌ଟି ବ୍ୟାରେଲ ଗ୍ରେନେଡ ଲଞ୍ଚର ବି ମିଳିଛି। ତା’ ସହିତ ମେଡିକାଲ ସାମଗ୍ରୀ ଏବଂ ଜେନେରେଟର ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories