www.samajalive.in
Saturday, December 6, 2025
26.1 C
Bhubaneswar

୩୪୬ କୋଟି ଟଙ୍କା ଫେରାଇବେ ଚନ୍ଦା

ମୁମ୍ବାଇ: ଭିଡିଓକନ୍‍ ଗ୍ରୁପ୍‍କୁ ଋଣ ମଞ୍ଜୁରୀରେ ହୋଇଥିବା ଅନିୟମିତତାର ତଦନ୍ତ କରୁଥିବା ଶ୍ରୀକ୍ରିଷ୍ଠା ରିପୋର୍ଟ ଆଧାରରେ ଆଇସିଆଇସିଆଇର ପୂର୍ବତନ ମୁଖ୍ୟ ଚନ୍ଦା କୋଚାରଙ୍କୁ ବ୍ୟାଙ୍କ ପରିଚାଳନା ପରିଷଦ ବହିଷ୍କାର କରିଛି। ଅନିୟମିତତା ଅଭିଯୋଗ ଆସିବା ପରେ ଚନ୍ଦା ଗତ ବର୍ଷ ଇସ୍ତଫା ଦେଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଗତ ବୁଧବାର ବହିଷ୍କାର କରାଯାଇଛି। ଏହାପରେ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବିଭିନ୍ନ ସମୟରେ ପାଇଥିବା ବୋନସ୍‍ ଓ ଅନ୍ୟାନ୍ୟ ଆର୍ଥିକ ପୁରସ୍କାର ରାଶି ଫେରାଇବେ ବୋଲି ଜଣାପଡ଼ିଛି। ୨୦୦୯ରୁ ଚନ୍ଦାଙ୍କ ଉପରେ ବହିଷ୍କାରାଦେଶ ଲାଗୁ କରାଯାଇଥିବାରୁ ସେ ସମୟରୁ ଚନ୍ଦା ପାଇଥିବା ବୋନସ ରାଶି ଫେରସ୍ତ କରିବେ। ଏହି ବାବଦରେ ଚନ୍ଦାଙ୍କୁ ପ୍ରାୟ ୩୩୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ।
୨୦୦୯ରୁ ବିଭିନ୍ନ ସମୟରେ ଚନ୍ଦାଙ୍କୁ ୧୦ କୋଟି ଟଙ୍କାର ବୋନସ ଶେୟାର ପ୍ରଦାନ କରାଯାଇଥିଲା। ଏବେ ସେହି ଶେୟାରର ବଜାର ମୂଲ୍ୟ ୩୪୬ କୋଟି ଟଙ୍କା ହେବ। ତେଣୁ ଏବେ ସେ ୩୪୬ କୋଟି ଟଙ୍କା ବ୍ୟାଙ୍କକୁ ଫେରାଇବେ।
ସୂଚନାଯୋଗ୍ୟ, ୨୦୧୨ରେ ଭିଡିଓକନ୍‍ ଗ୍ରୁପ୍‍କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଭିଡିଓକନ୍‍ ଗ୍ରୁପ୍‍ର ମୁଖ୍ୟ ଭେନୁଗୋପାଳ ଧୁତ୍‍ଙ୍କ ଦ୍ୱାରା ପରିଚାଳିତ ଏକ ବ୍ୟବସାୟିକ ସଂସ୍ଥାରେ ଚନ୍ଦା କୋଚାରଙ୍କ ସ୍ୱାମୀ ଦୀପକ କୋଚାର ଅଂଶୀଦାର ଥିଲେ। ଋଣ ନ ଶୁଝି ପାରିବା କାରଣରୁ ତାହାକୁ ବ୍ୟାଙ୍କର ଏନ୍‍ପିଏ ତାଲିକାରେ ସାମିଲ କରାଯାଇଥିଲା। ଏହି ଘଟଣାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ଗତବର୍ଷ ଅକ୍ଟୋବର ମାସରେ ଇସ୍ତଫା ଦେଇଥିଲେ। ଦୀପକ କୋଚାର ଓ ଭିଡିଓକନ୍‍ର ମୁଖ୍ୟ ଭେନୁଗୋପାଳ ଧୁତ୍‍ଙ୍କ ନାମରେ ମଧ୍ୟ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ତଦନ୍ତକୁ ସହଯୋଗ କରିବା ପାଇଁ ୨୦୧୮ ଜୁନ୍‍ ୧୮ ତାରିଖରେ ଚନ୍ଦା ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଚାଲି ଯାଇଥିବା ବେଳେ ଅକ୍ଟୋବର ୪ ତାରିଖରେ ଇସ୍ତଫା ଦେଇଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories