www.samajalive.in
Thursday, December 11, 2025
23.1 C
Bhubaneswar

ମଣପୁରମ୍‌ ସୁନା ଲୁଟ ଘଟଣା ; ଅଭିଯୁକ୍ତଙ୍କ ଭଡା ଘରୁ ମିଳିଲା ପିସ୍ତଲ ଓ ଗୁଳି

ସମ୍ବଲପୁର : ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ମଣପୁରମ୍‌ ଗୋଲ୍ଡ ଲୋନ ସମ୍ବଲପୁର ଶାଖାର ଲୁଟ ଘଟଣାରେ ପୁଲିସ ଲୁଟିଆ ମାନଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଲୁଟିଆ ଅଜୟ ପାଶୱାନ ଓ ପଙ୍କଜ ପାସୱାନକୁ ଗିରଫ କରିଛି। ପୁଲିସ ପଙ୍କଜକୁ ପଶ୍ଚିମବଙ୍ଗ ରାଜ୍ୟ ପୁଲିସ ସହାୟତାରେ ହୁଗଳି ଜିଲାରୁ ଧରାଯିବା ପରେ ଟ୍ରାନଜିଟ ରିମାଣ୍ଡରେ ଅଣା ଯାଇଥିବା ବେଳେ ଅଜୟକୁ ଠେଲକୁଲି ଅଞ୍ଚଳରୁ ଧରାଯାଇଥିଲା। ପୁଲିସ ପରବର୍ତ୍ତୀ ସମୟରେ ପଙ୍କଜକୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଥିବା ବେଳେ ଠେଲକୁଲି ଠାରେ ଲୁଟିଆ ମାନେ ନେଇଥିବା ଭଡା ଘରକୁ ତଲାସି କରିବା ପରେ ସେଠାରୁ ଏକ ଦେଶୀ ପିସ୍ତଲ, ଏକ ମାଗାଜିନ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏଥି ସହ ଆହୁରୀ ଅନେକ କିଛି ତଥ୍ୟ ଜେରା ସମୟରେ ପଙ୍କଜ ପୁଲିସକୁ ସୂଚନା ପ୍ରଦାନ କରିଛି ବୋଲି ସଦର ଏସଡିପିଓ ତୁଫାନ ବାଗ ସୁଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ମଣପୁରମ୍‌ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ୫ ଜଣ ଲୁଟିଆ କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ ମାରି ଓ ବନ୍ଧୁକ ଦେଖାଇ ପ୍ରାୟ ୨୮ କିଗ୍ରା ସୁନା ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଧରିଥିବା ବେଳେ ଲୁଟ ସୁନା ଓ ଟଙ୍କା ଗୁଡିକୁ ଜବତ କରିବାରେ ବିଫଳ ରହିଛି। ଏବେ ମଧ୍ୟ ରାଜ୍ୟ ବାହାରେ ପୁଲିସର ୨ଟି ଦଳ ରହି ଲୁଟିଆ ମାନଙ୍କୁ ଧରିବାକୁ ଉଦ୍ୟମ କରୁଛନ୍ତି ।

ଦେଖନ୍ତୁ ଭିଡିଓ ; ଶ୍ମଶାନରେ ରିଲ୍ସ କଲେ ଯୁବତୀ, ତା’ପରେ..

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories