www.samajalive.in
Saturday, December 6, 2025
26.1 C
Bhubaneswar

ପିଜିଆଇଏମ୍‌ଇଆର ଆଣ୍ଡ୍ କ୍ୟାପିଟାଲ ହସ୍ପିଟାଲ୍, ଏଥର କାୟାକଳ୍ପ ଝୁଣ୍ଟିବ!

ଭୁବନେଶ୍ବର: ବଡ଼ବଡ଼ିଆ କର୍ମଚାରୀ ନେବେ ହଜାର ହଜାର ଟଙ୍କା, ଆମକୁ ମାତ୍ର ୭୦ । ଆମେ ଆମ ଦୈନିକ କାମ କରିବୁ, କିନ୍ତୁ କାୟାକଳ୍ପ ପାଇଁ କୌଣସି ଅତିରିକ୍ତ କାମ କରିବୁ ନାହିଁ। ଏଭଳି ସାମୂହିକ ମତ ରଖୁଛନ୍ତି କ୍ୟାପିଟାଲ ହସ୍ପିଟାଲ ଶତାଧିକ କର୍ମଚାରୀ। କ୍ୟାପିଟାଲ ହସ୍ପିଟାଲ୍‌ରେ କାୟାକଳ୍ପ ବାବଦରେ ମିଳିଥିବା ଟଙ୍କାକୁ ନେଇ ଅସନ୍ତୋଷ ଦେଖାଦେବା ପରେ ଚଳିତ ବର୍ଷ କାୟାକଳ୍ପ ଝୁଣ୍ଟିବା ନେଇ ଏକ ପ୍ରକାର ସ୍ପଷ୍ଟ ବୋଲି ଜଣାପଡ଼ିଛି।

ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲକୁ କାୟାକଳ୍ପ ଦଳ ପ୍ରି-ଆସେସମେଣ୍ଟ କରିଥିବାବେଳେ ଚଳିତ ମାସରେ କାୟାକଳ୍ପ ଦଳ ଆସିବେ ବୋଲି ଜଣାପଡ଼ିଛି। ସଫେଇକୁ ନେଇ ବିଭିନ୍ନ ହସ୍ପିଟାଲକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରାୟ ୧୯ ବିଭାଗ ସହିତ ଏହାର ପରିସର, ୱାର୍ଡ, ବର୍ଜ୍ୟ ପରିଚାଳନା, ଉଦ୍ୟାନ ଦେଖି କାୟାକଳ୍ପ ପୁରସ୍କାର ହସ୍ପିଟାଲକୁ ମିଳୁଛି । ଯେଉଁଥିରେ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଛି। ହେଲେ ପୁରସ୍କାର ପାଇବା ପରେ କର୍ମଚାରୀଙ୍କୁ ପ୍ରାପ୍ୟ ଦେବାରେ କର୍ତ୍ତୃପକ୍ଷ ଟାଳଟୁଳ ନୀତି କରୁଥିବା ଅଭିଯୋଗ କରିଛନ୍ତି କର୍ମଚାରୀ। କାୟାକଳ୍ପର ସମସ୍ତ ମାନଦଣ୍ଡ ପୂରଣ କରିଥିବାବେଳେ ୨୦୨୩-୨୪ରେ କ୍ୟାପିଟାଲ ହସ୍ପିଟାଲ ପ୍ରଥମ ପୁରସ୍କାର ପାଇବାରେ ସଫଳ ହୋଇଥିଲା ।

- Advertisement -

ପୁରସ୍କାର ବାବଦକୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ନିୟମ ଅନୁସାରେ ପୁରସ୍କାର ବାବଦକୁ ମିଳିଥିବା ଟଙ୍କାରୁ ୭୫ ପ୍ରତିଶତ ରୋଗୀ କଲ୍ୟାଣ ସମିତିକୁ ଯିବା ସହିତ ବଳକା ୨୫ ପ୍ରତିଶତ ଅର୍ଥ ଆଉଟସୋସିଂ ଓ ସରକାରୀ କର୍ମଚାରୀଙ୍କୁ ମିଳିବ ଏବଂ ଉତ୍ସବ ପାଳନ କରାଯିବ ବୋଲି ଦର୍ଶାଯାଇଥିଲା। ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ପୁରସ୍କାର ମିଳିବା ନିଶ୍ଚିତଭାବେ ଆମ ପାଇଁ ଗର୍ବ ଏବଂ ଆମକୁ କାମ କରିବାରେ ପ୍ରୋତ୍ସାହିତ କରିବ, ହେଲେ ଯେଉଁମାନଙ୍କ ପାଇଁ ବା ଯେଉଁମାନେ ଅଧିକ ଶ୍ରମଦାନ କରିଛନ୍ତି ସେମାନଙ୍କୁ ଅଧିକ ଟଙ୍କା ଦେବା ଉଚିତ୍। ସେମାନଙ୍କୁ ସେଭଳି ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଗଲେ ସେମାନେ ବି ଉତ୍ସାହିତ ହୋଇ ସମସ୍ତ ସହଯୋଗ କରିବେ। ଆଗକୁ ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲକୁ କାୟାକଳ୍ପ ଦଳ ଅନ୍ତିମ ଆସେସମେଣ୍ଟ କରିବ ।  କାୟାକଳ୍ପ ପ୍ରତିନିଧି ଦଳ ପରିଦର୍ଶନବେଳେ କର୍ମଚାରୀମାନେ ଅସହଯୋଗ କରିବେ ବୋଲି ସୂଚନା ମିଳିଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories