www.samajalive.in
Tuesday, December 9, 2025
17.1 C
Bhubaneswar

ଗୋରା ରଙ୍ଗ ପାଇଁ ସ୍ନାନ ଜଳରେ ମିଶାନ୍ତୁ ଏହି ଦ୍ରବ୍ୟ

ସଭିଁଙ୍କର ଇଚ୍ଛା ଥାଏ ଯେ, ସେମାନେ ସୁନ୍ଦର ଦେଖାଯାଆନ୍ତୁ। ଏହି କାରଣରୁ ସେମାନଙ୍କ ପୂରା ଧ୍ୟାନ ନିଜ ମୁହଁକୁ ସୁନ୍ଦର କରିବାରେ ଲଗାଇଥାଆନ୍ତି। ସେହି କାରଣରୁ ଫେସିଆଲ, ଫେସ ପ୍ୟାକ, ବିଭିନ୍ନ ବିୟୁଟି ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମୁହଁ ଗୋରା କରିବା ସହ ନିଜ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଗୋରା କରିବା ପାଇଁ ଯତ୍ନବାନ ହେବା ଉଚିତ। ଜାଣନ୍ତୁ ଗୋରା ହେବାର ସହଜ ଉପାୟ ବିଷୟରେ ….
ସ୍ନାନ ଜଳରେ ମିଶାନ୍ତୁ ଏହି ଦ୍ରବ୍ୟ –
ନିୟମିତ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଲେମ୍ବୁ ୬ ରୁ ୭ ବୁନ୍ଦା ମିଶାନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିବେ।
ଘରେ ଫେସୱାସ ପ୍ରସ୍ତୁତ କରନ୍ତୁ –
ବଜାରରେ ମିଳୁଥିବା ଫେସୱାସ ପରିବର୍ତ୍ତେ ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିପାଇଁ ଆପଣ ଲେମ୍ବୁରସ, ପାଣି, ମହୁ ଏବଂ ଘିକୁଆଁରୀ ରସ ଆଦିକୁ ମିଶ୍ରଣ କରନ୍ତୁ। ଏହାକୁ ନିୟମିତ ସକାଳେ ମୁହଁରେ ଲଗାଇ, ଭଲ ଭାବେ ମାଲିସ କରି ଧୁଅନ୍ତୁ।
ଲେମ୍ବୁରେ ପ୍ରସ୍ତୁତ କରନ୍ତୁ ଲୋଶନ –
୨ ଚାମଚ ଲେମ୍ବୁ ରସରେ ୩ ଚାମଚ ଗ୍ଲିସେରିନ ମିଶାଇ ରଖନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଖୁବ ଲାଭକାରୀ ଅଟେ।
ମାତ୍ର ଲେମ୍ବୁ ଲଗାଇ ସଙ୍ଗେ ସଙ୍ଗେ ଖରାକୁ ଯାଆନ୍ତୁ ନାହିଁ। ଏହା ଚର୍ମ ଉପରେ କୁପ୍ରଭାବ ପକାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories