କଟକ: ୨୦୨୪-୨୫ ଶିକ୍ଷାବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ‘ସମାଜ’ ପୁଣି ଭେଟି ଦେଉଛି ‘ମାଟ୍ରିକ ମନ୍ତ୍ର’। ପୂର୍ବରୁ ଏହା ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ବେଶ୍ ଆଦୃତ ହୋଇଥିଲା। ଏ ପ୍ରକାର ଆଦର୍ଶ ପ୍ରଶ୍ନ ଓ ଉତ୍ତର ପିଲାମାନଙ୍କୁ ବହୁମାତ୍ରାରେ ସହାୟକ ହୋଇଥିବାରୁ ଚଳିତବର୍ଷ ପୁଣି ଥରେ ଏହାକୁ ପରୀକ୍ଷା ପର୍ଯ୍ୟନ୍ତ ନିୟମିତ ପ୍ରକାଶନ ପାଇଁ ବିଦ୍ୟାର୍ଥୀ ଏବଂ ଅଭିଭାବକ ମତ ଦେଇଛନ୍ତି। ସେମାନଙ୍କ ମତାମତକୁ ସମ୍ମାନ ଜଣାଇ ଚଳିତବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି, ପରୀକ୍ଷା ହଲ୍ରେ ଉତ୍ତର ଲେଖିବାର ନମୁନା ଇତ୍ୟାଦି ସହ ଉପାଦେୟ ଟିପ୍ପଣୀ ସହ ‘ମାଟ୍ରିକ ମନ୍ତ୍ର’ ପୁନଃ ପ୍ରକାଶ ପାଇଁ ସ୍ଥିର କରାଯାଇଛି। ଅଭିଜ୍ଞ ଶିକ୍ଷକମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ଏହି ‘ମାଟ୍ରିକ୍ ମନ୍ତ୍ର’ ଦୈନିକ ‘ସମାଜ’ ପୃଷ୍ଠାରେ ଚଳିତ ସପ୍ତାହରୁ ନିୟମିତ ପ୍ରକାଶ ପାଇବ। ଆଗ୍ରହୀ ବିଦ୍ୟାର୍ଥୀ ଏବଂ ଅଭିଭାବକମାନେ ଏହାକୁ ନିୟମିତ ପାଇବା ପାଇଁ ‘ସମାଜ’ର ବିତରକ, ଖବରଦାତା କିମ୍ବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ। ସର୍ବଶେଷରେ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଏବଂ ଭବିଷ୍ୟତ ଜୀବନର ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି।
Popular Categories



