www.samajalive.in
Sunday, December 14, 2025
26.1 C
Bhubaneswar

ବାଲ୍ୟ ବିବାହ ରୋକିବାକୁ ଜିଲା ପ୍ରଶାସନର ଅଭିନବ ପ୍ରୟାସ

ବାଲିଗୁଡା : ବାଲ୍ୟ ବିବାହ ରୋକିବାକୁ ଜିଲା ପ୍ରଶାସନର ଅଭିନବ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁରେ ଜନ ସଚେତନ। ନିଆରା ଢଙ୍ଗରେ କଳାକାରଙ୍କ ସାମାଜିକ ବାର୍ତ୍ତା। କନ୍ଧମାଳ ଜିଲାରେ ଦିନକୁ ଦିନ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଜିଲା ପ୍ରଶାସନ ପଦକ୍ଷେପ ନେଉଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲିଗୁଡା ଓ କ.ନୂଆଗାଁଙ୍କ ମିଳିତ ଉଦ୍ୟମରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡ ଓ କ.ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ କନ୍ଧମାଳ କଳା ବିକାଶ କେନ୍ଦ୍ର ଓ ମାହେଶ୍ୱରୀ କଳାକାର ସଂଘର କଳାକାରମାନଙ୍କ ଦ୍ୱାରା ବାଲ୍ୟ ବିବାହକୁ ରୋକିବାକୁ ସଂସ୍କାରଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେଉଛି। ମନୋରଞ୍ଜନ ମାଧ୍ୟମରେ ଜନ ସାଧାରଣଙ୍କୁ ସଠିକ ବାର୍ତ୍ତା ଦେବାକୁ ଯାଇ ଜନ୍ତୁପତି ଜମରାଜ ଓ ଚିତ୍ରଗୁପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, କିଶୋରୀ, ବାଳିକା ସମେତ ଗ୍ରାମବାସୀ ଉପସ୍ଥିତ ରହି ଏହି ସଂସ୍କାର ଧର୍ମୀ ପଥ ପ୍ରାନ୍ତ ନାଟକକୁ ଶେଷ ପର୍ଯ୍ୟନ୍ତ ଦେଖି ବହୁତ ପସନ୍ଦ କରୁଛନ୍ତି। ଗ୍ରାମାଞ୍ଚଳରେ ବାଲ୍ୟ ବିବାହକୁ ରୋକିବା ପାଇଁ ସମୂହ ଶପଥ ପାଠ ମଧ୍ୟ ହେଉଛି। ଅନୁଷ୍ଠାନର ସମ୍ପାଦକ ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଏହି ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିବାବେଳେ ସଂଗୀତରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ଓ କ୍ଷୀରୋଦ ଦଣ୍ଡସେନା ନୃତ୍ୟ ନିର୍ଦ୍ଦେଶନା ଭାର ବହନ କରିଥିଲେ, କଳାକାରଙ୍କ ନିଖୁଣ ଅଭିନୟରେ ଗ୍ରାମବାସୀ ବିମୋହିତ ହେଉଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories