www.samajalive.in
Thursday, December 11, 2025
18.1 C
Bhubaneswar

ବଡ଼ ଦେଶରେ ବଡ଼ ସ୍ଵପ୍ନ ଦେଖ: ମୋଦୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ୍‌’ର ୧୧୮ ତମ ସଂସ୍କରଣରେ ଦେଶବାସୀଙ୍କୁ ରବିବାର ଉଦବୋଧନ ଦେଇ ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି। ଭାରତ ଭଳି ବଡ଼ ଦେଶରେ ବଡ଼ ସ୍ଵପ୍ନ ଦେଖ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ଆମେ ଆମ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ଦରକାର। ମୁଁ ସମସ୍ତ ମହାନ ବ୍ୟକ୍ତିବିଶେଷଙ୍କୁ ମନେ ରଖିଛି, ଯେଉଁମାନେ ଆମକୁ ସମ୍ବିଧାନ ଦେଇଛନ୍ତି। ସେମାନେ ଆମ ଐତିହ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତବର୍ଷର ଏହା ପ୍ରଥମ ମନ କୀ ବାତ୍‌ କାର୍ଯ୍ୟକ୍ରମ ଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଜାତୀୟ ମତଦାତା ଦିବସ, ମହାକୁମ୍ଭ ଏବଂ ଷ୍ଟାର୍ଟଅପଗୁଡ଼ିକରେ ମହିଳାଙ୍କ ଭାଗିଦାରିତା ଉପ​‌ରେ ଆଲୋଚନା କରିଥିଲେ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ, ଷ୍ଟାର୍ଟଅପ ଇଣ୍ଡିଆ ନୂଆ ରୂପ ନେଉଛି। ଦୁଇ ଥାକିଆ ଏବଂ ତିନି ଥାକିଆ ସହରରୁ ଅନେକ ଷ୍ଟାର୍ଟଅପ ଆସୁଛି। ମହିଳାମାନେ ଅଧିକ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଅତୀତରେ ଷ୍ଟାର୍ଟଅପଗୁଡ଼ିକୁ ଉପହାସ କରାଯାଉଥିଲା। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ଏଥିରେ ପରିବର୍ତ୍ତନ ଆସିଛି। ଦେଶବାସୀ କିଛି ବଡ଼ ସ୍ଵପ୍ନ ଦେଖନ୍ତୁ ବୋଲି ମୁଁ କହିବାକୁ ଚାହୁଁଛି। ଆମ ବଡ଼ ଦେଶରେ ଯଦି କୌଣସି ବ୍ୟକ୍ତି ମହାନ କାର୍ଯ୍ୟ କରୁଛନ୍ତି ତାଙ୍କୁ ପ୍ରଶଂସା କରାଯିବା ଦରକାର। ଦୀପକ ନବାମ ତାଙ୍କ ସଂଗଠନ ମାଧ୍ୟମରେ ବାସହୀନ ଲୋକମାନଙ୍କୁ ସହାୟତା କରୁଛନ୍ତି। ତାଙ୍କ ସଂଗଠନ ପ୍ରଶଂସିତ ହୋଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମହାକୁମ୍ଭ ଆରମ୍ଭ ହୋଇଯାଇଛି। ଏହା ବିବିଧତା ମଧ୍ୟରେ ଏକତାର ଉତ୍ସବକୁ ପାଳନ କରୁଛି। ବିଶ୍ଵର କୋଣ ଅନୁକୋଣରୁ ଲୋକମାନେ ମହାକୁମ୍ଭକୁ ଆସି ସଙ୍ଗମରେ ଏକତ୍ର ହୋଇଛନ୍ତି। ଧନୀ ହୁଅନ୍ତୁ କି ଗରିବ, ସଙ୍ଗମରେ ସମସ୍ତେ ସମାନ। ସେମାନେ ଏକାଠି ଭୋଜନ କରୁଛନ୍ତି। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ମହାକୁମ୍ଭ ଯୋଡ଼ିଛି। ଯୁବବର୍ଗ ବହୁମାତ୍ରାରେ ଏଥିରେ ଯୋଗଦାନ କରିଛନ୍ତି। ଯେତେବେଳେ ଆମ ସଂସ୍କୃତି ସହିତ ଯୁବବର୍ଗ ଯୋଡ଼ି ହୁଅନ୍ତି, ସେତେବେଳେ ଦେଶ ଅଧିକ ଶକ୍ତିଶାଳୀ ହୋଇଥାଏ। ଏହା ସହିତ ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା ଅନୁଷ୍ଠିତ ହୋଇଛି। ସାରା ବିଶ୍ଵରୁ ଲୋକମାନେ ମକରସଂକ୍ରାନ୍ତିରେ ଏକାଠି ହେଲେ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ବି ପାଳିଲେ। ବିକାଶ ପଥରେ ଆଗେଇ ଚାଲୁଥିଲେ ବି ଆମେ ଆମ ଐତିହ୍ୟଗୁଡ଼ିକୁ ଅକ୍ଷୁଣ୍ଣ ରଖିବା ଦରକାର ବୋଲି ମୋଦୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି।

ଆସନ୍ତା ୨୫ ତାରିଖ ଜାତୀୟ ମତଦାତା ଦିବସ। ଏହି ଦିନ ଭାରତର ନିର୍ବାଚନ ଆୟୋଗ(ଇସିଆଇ) ଗଠନ ହୋଇଥିଲା। ଦେଶରେ ଏହାର ବଡ଼ ଭୂମିକା ରହିଛି। ଯେତେବେଳେ ପ୍ରଥମେ ନିର୍ବାଚନ ହେଲା ସେତେବେଳେ ଲୋକେ ଗଣତନ୍ତ୍ର ଉପ​‌ରେ ସନ୍ଦେହବ୍ୟକ୍ତ କଲେ। କିନ୍ତୁ ଏହା ସେବେଠାରୁ ଜାରି ରହିଛି। ଇସିଆଇର ନିରପେକ୍ଷ ନିର୍ବାଚନ ଏବଂ ଶକ୍ତ ପ୍ରକ୍ରିୟାକୁ ଧନ୍ୟବାଦ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ସହିତ ସମସ୍ତ ମତଦାତା ନିର୍ବାଚନ ପ୍ରକ୍ରିୟାରେ ଭାଗନେବାକୁ ମଧ୍ୟ ଆହ୍ବାନ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories