www.samajalive.in
Sunday, December 14, 2025
26.1 C
Bhubaneswar

ମଦ୍ରାସାରେ ଦିଆଯିବ ରାମାୟଣ ଓ ସଂସ୍କୃତ ଶିକ୍ଷା

ସମାଜ ଡିଜିଟାଲ ଡେସ୍କ: ଏଣିକି ମଦ୍ରାସାଗୁଡ଼ିକରେ ପିଲାମାନଙ୍କୁ ରାମାୟଣ ଏବଂ ସଂସ୍କୃତ ଶିକ୍ଷା ପ୍ରଦାନ କରାଯିବ। ଉତ୍ତରାଖଣ୍ଡ ଓ୍ବାକଫ ବୋର୍ଡ ଅଧୀନରେ ରହିଥିବା ମଦ୍ରାସାଗୁଡ଼ିକରେ ଆଗାମୀ ଶିକ୍ଷାବର୍ଷରୁ ରାମାୟଣ ଏବଂ ସଂସ୍କୃତ ଶିକ୍ଷା ବିଷୟବସ୍ତୁକୁ ମଦ୍ରାସା ପାଠ୍ୟକ୍ରମରେ ସାମିଲ କରାଯିବ। ଏହା ସହିତ ଶୃଙ୍ଖଳା ଏବଂ ଫିଟନେସ ଲାଗି ଶାରିରୀକ ଶିକ୍ଷା ପ୍ରଶିକ୍ଷକ ଭାବେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି।

ଶିକ୍ଷାର ଆଧୁନିକୀକରଣ, ଶିକ୍ଷାର ସୁଯୋଗ ପରିବ୍ୟାପ୍ତ କରିବା ଏବଂ ଜାତୀୟତା ଭାବ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଡେରାଡୁନ, ହରିଦ୍ଵାର, ନୈନିତାଲ ଏବଂ ଉଦ୍ଧମସିଂହ ନଗର ଜିଲାରେ ଥିବା ୪ଟି ମଦ୍ରାସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୧୧୩ ମଦ୍ରାସାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପରେ ପାଠ୍ୟକ୍ରମ ଲାଗୁ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ୮ରୁ ୧୦ ମଦ୍ରାସାରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ଓ୍ବାକଫ ବୋର୍ଡ ଅଧ୍ୟକ୍ଷ ଶଦାବ ସାମ୍‌ସ କହିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ୪୧୯ ମଦ୍ରାସା ଥିବାବେଳେ ଓ୍ବାକଫ ବୋର୍ଡ ଅଧୀନରେ ୧୧୭ ମଦ୍ରାସା ପରିଚାଳିତ ହେଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories