www.samajalive.in
Saturday, December 13, 2025
15.1 C
Bhubaneswar

ଡେରାକୁମ୍ପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ମୃତ

ଫୁଲବାଣୀ:କନ୍ଧମାଳ ଜିଲା ଗୋଛାପଡା ଥାନା ଡେରାକୁମ୍ପା ଆଗ୍ରଗାମୀ କାର୍ଯ୍ୟାଳୟ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ପ୍ରଧାନ ଶିକ୍ଷକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀଙ୍କୁ ମେଡିକାଲ ନେବା ସମୟରେ ମୃତ୍ୟୁ ହୋଇଥିଲା । ମୃତ ପ୍ରଧାନ ଶିକ୍ଷକ ଜଣକ କନ୍ଧମାଳ ଜିଲା ଚକାପାଦ ଥାନା ଘାଟିଗୁଡା ଗାଁର ରବିଚନ୍ଦ୍ର ଦାଶ ବୋଲି ଜଣାପଡ଼ିଥିବା। ସେ ନିଜ ପରିବାର ସହ ଫୁଲବାଣୀ ସହରରେ ରହି ଆସୁଥିଲେ। ସେ ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଥିବା ବନବାସୀ ଉଚ୍ଚବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେହିପରି ଘଟଣାରେ ମୃତ୍ୟୁ ବରଣ କରିଥିବା ବାଇକ ଆରୋହୀ ଜଣକ ଗୋଛାପଡା ଥାନା ଅଧୀନରେ ଥିବା ସଳାଗୁଡା ଗାଁର ବିଶ୍ବମ୍ବର କହଁର ବୋଲି ଜଣାଅଡ଼ିଛି।

ସୂଚନା ଅନୁସାରେ ମୃତ ଶିକ୍ଷକ ଜଣକ ଶନିବାର ସକାଳୁ ଫିରିଙ୍ଗିଆ ବ୍ଲକର ଲୋଇସିଂ ହାଇସ୍କୁଲରେ ଥିବା ଶିକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ନିଜ ବାଇକରେ ଯାଉଥିଲେ । ଏହି ସମୟରେ ଫୁଲବାଣୀ ଗୋଛାପଡା ମୁଖ୍ୟ ରାସ୍ତାର ଡେରାକୁମ୍ପାରେ ଥିବା ଅଗ୍ରଗାମୀ କାର୍ଯ୍ୟାଳୟ ନିକଟରେ ଗୋଛାପଡା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ସେ ବାଇକରୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

- Advertisement -

ଅନ୍ୟପଟେ ଶିକ୍ଷକଙ୍କ ଗାଡିକୁ ଧକ୍କା ଦେଇଥିବା ଦୁଇଜଣ ବାଇକ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯିବାବେଳେ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏହି ଘଟଣା ନୂଆପଦର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories