www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ଉପରେ ଚୀନ୍‌ର ରପ୍ତାନି କଟକଣା: ଇଲେକ୍ଟ୍ରୋନିକ୍ସ ଉପକରଣ, ବୈଦ୍ୟୁତିକ ଯାନ ନିର୍ମାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଚୀନ୍‌ର ରପ୍ତାନି କଟକଣା ଫଳରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉପକରଣ, ସୌର ପ୍ୟାନେଲ ଓ ବୈଦ୍ୟୁତିକ ଯାନ ନିର୍ମାଣ ବାଧାପ୍ରାପ୍ତ ହେଉଛି। ଚୀନ୍‌ର ନିବେଶ ଓ ଭିସା ଉପରେ ଭାରତର କଟକଣା ଫଳରେ ଚୀନ୍‌ ଏପରି କଟକଣା ଲଗାଇଥିବା ଆଶଙ୍କା କରାଯାଉଛି। ଏହା ଗଭୀର ଭୂରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି। ତେବେ ଚୀନ୍‌ର ଏହି କଟକଣା ଫଳରେ ଚୀନ୍‌ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବାରୁ ଖୁବ୍‌ଶୀଘ୍ର ଏହା ପ୍ରତ୍ୟାହୃତ ହେବ ବୋଲି ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆରଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି।

ଚୀନ୍‌ର କଟକଣା ଫଳରେ ଭାରତର ଇଲେକ୍ଟ୍ରୋନିକ୍ସ ଉପକରଣ, ସୋଲାର ପ୍ୟାନେଲ ଓ ବୈଦ୍ୟୁତିକ ଯାନ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଏହା ଚୀନ୍‌ର ନିଜସ୍ବ ନିର୍ମାଣ ଓ ରପ୍ତାନି କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଭାରତକୁ ଚୀନର ଅଯୌକ୍ତିକ ଦାବି ବିରୋଧରେ ଦୃଢ଼ ରହିବାକୁ ପଡ଼ିବ ଏବଂ ସ୍ଥାନୀୟ ଉତ୍ପାଦନ କ୍ଷମତା ବୃଦ୍ଧି ତଥା ଯୋଗାଣ ଶୃଙ୍ଖଳକୁ ବିବିଧ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଶ୍ରୀବାସ୍ତବ କହିଛନ୍ତି। ଭାରତ ବିଶେଷ ଭାବରେ ଚୀନର ରପ୍ତାନି କଟକଣା ପାଇଁ ସମ୍ବେଦନଶୀଳ, କାରଣ ଏହାର ଅନେକ ଶିଳ୍ପ ଚୀନ୍ ଯନ୍ତ୍ରପାତି ଉପରେ ନିର୍ଭର କରେ। ଚୀନ୍‌ରୁ ଭାରତର ଆମଦାନୀ ୨୦୨୨-୨୩ରେ ୯୮.୫ ବିଲିୟନ ଡଲାରରୁ ୨୦୨୩-୨୪ ରେ ୧୦୧.୭୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ୍ସ, ସୌର ପ୍ୟାନେଲ୍ ଏବଂ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ଭାରତକୁ ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ସହଭାଗୀତାକୁ ମଝବୁତ କରିବାକୁ ପଡ଼ିବ। ଏହା ଭାରତକୁ ଚୀନ୍ ଉପରେ ନିର୍ଭରତା ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀବାସ୍ତବ କହିଛନ୍ତି। ୨୦୨୪ ଡିସେମ୍ବରରେ ଚୀନ୍‌ ଗାଲିଲିୟମ, ଜର୍ମାନିୟମ ଏବଂ ଆଣ୍ଟିମନି ରପ୍ତାନିକୁ ନିଷିଦ୍ଧ କରିଥିଲା, ଯାହା ସେମିକଣ୍ଡକ୍ଟର ଏବଂ ପ୍ରତିରକ୍ଷା ଜ୍ଞାନକୌଶଳରେ ବହୁ ଜରୁରୀ ଉପାଦାନ। ସେହିପରି ୨୦୨୫ ଜାନୁଆରୀରେ ଚୀନ୍‌ ଏହାର ନିୟନ୍ତ୍ରିତ ରପ୍ତାନି ତାଲିକାରେ ଲିଥିୟମ ନିଷ୍କାସନ ଏବଂ ବ୍ୟାଟେରୀ କ୍ୟାଥୋଡ୍ ପ୍ରଯୁକ୍ତିବିଦ୍ୟାକୁ ଯୋଡ଼ିବା ପ୍ରସ୍ତାବ ଦେଇଥିଲା, ଯାହା ବୈଦ୍ୟୁତିକ ଯାନ ବ୍ୟାଟେରୀ ନିର୍ମାଣରେ ବହୁ ଗୁରୁତ୍ବପୂର୍ଣ୍ଣ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories