www.samajalive.in
Wednesday, December 10, 2025
26.1 C
Bhubaneswar

ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ

ସିମୁଳିଆ : ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍। ବାଲିଖଣ୍ଡର ଜୈନିକ ଗହଣା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରିବା ବାଟରେ ଦୁର୍ବୃତ୍ତ ମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।  ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପାର୍ବତୀପୁର ଗାଁର ଅକ୍ଷୟ ବାରିକ ବୁଧୁବାର ରାତିରେ ବାଲିଖଣ୍ଡ ବଜାରରୁ ଗହଣା ଦୋକାନ ବନ୍ଦ କରି ସାଥିରେ ସୁନା ଗହଣା ଧରି ବାଇକ ଯୋଗେ ଘରକୁ ଫେରୁଥିଲେ। ଫେରିବା ବାଟରେ ତେଲିପଡ଼ିଆ ଛକ ନିକଟରେ ଦୁଇଟି ବାଇକ ତାଙ୍କୁ ପିଛା କରି ଆସି ଏକ ଲୁହା ରଡ଼ରେ ମୁଣ୍ଡକୁ ପ୍ରହାର କରିଥିଲେ । ତାଙ୍କ ନିକଟରେ ଥିବା ୧୦୦ଗ୍ରାମର ସୁନା ଅଳଙ୍କାର,ଏକ କିଲୋ ରୁପାର ଅଳଙ୍କାର ଓ ନଗଦ ୪୦ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଏ ନେଇ ଅକ୍ଷୟ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories