www.samajalive.in
Sunday, December 14, 2025
26.1 C
Bhubaneswar

ବିଜାପୁରରେ ପୁଣି ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ଥରେ ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି ଯବାନ। ବିସ୍ଫୋରଣରେ ସୁରକ୍ଷାବାହିନୀର ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ନାମ ମୃଦୁଲ୍‌ ବର୍ମନ ଓ ମହମ୍ମଦ ଇସହାକ ଏବଂ ଦୁହେଁ କୋବ୍ରା ୟୁନିଟ୍‌ର ବୋଲି ଜଣାପଡ଼ିଛି। ଉଭୟଙ୍କ ଗୋଡ଼ରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ଜିଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ପୁତକେଲ କ୍ୟାମ୍ପରୁ ସିଆରପିଏଫ ଓ କୋବ୍ରାର ଏକ ମିଳିତ ଦଳ କ୍ଷେତ୍ର ପରିଦର୍ଶନରେ ବାହାରିଥିବା ସମୟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୨ ଜଣ ଯବାନ ଆହତ ହୋଇଥିଲେ।

- Advertisement -

ସୂଚନାଯୋଗ୍ୟ, ଜାନୁଆରୀ ୧୨ ତାରିଖରେ ଜାଙ୍ଗଲା ଥାନା ଅନ୍ତର୍ଗତ ଜୈଗୁର ନିକଟରେ ନକ୍ସଲଙ୍କ ଦ୍ଵାରା ଆଇଇଡି ଖଞ୍ଜା ଯାଇଥିଲା। ଏହି ଆଇଇଡି ବିସ୍ଫୋରଣରେ ଡିଆରଜିର ୨ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories