www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁର ରାଇଫଲ ଆସୋସିଏସନର ଶୁଭାରମ୍ଭ

ସମ୍ବଲପୁର: ଓଡିଶା ରାଇଫଲ ଆସୋସିଏସନ ଦ୍ୱାରା ଅନୁବନ୍ଧିତ ସମ୍ବଲପୁର ରାଇଫଲ ଆସୋସିଏସନର କାର୍ଯ୍ୟାଳୟ ତଥା ଭିଏସଏସ  ସୁଟିଂ ଏକାଡେମୀ ସ୍ଥାନୀୟ ଭାଲୁପାଲିସ୍ଥିତ ରୟାଲ ରିଟ୍ରିଟ ପାଖରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି। ଏ ନେଇ କର୍ଣେ୍ଣଲ ପ୍ରଭାତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସେବା ମେଡାଲ ପ୍ରାପ୍ତ ବ୍ରିଗେଡିଅର ଅଭିମନ୍ୟୁ ରାଉତ, ବିଶିଷ୍ଟ ଅତିଥି ରୂପେ ଗ୍ରୁପ କମାଣ୍ଡର ଏନସିସି ସମ୍ବଲପୁରର କର୍ଣେ୍ଣଲ କଦମ ପ୍ରସାଦ ଯାଦବ, ପ୍ରଶାସନିକ କମାଣ୍ଡାଣ୍ଟ ସମ୍ବଲପୁର ମିଲିଟାରୀ ଷ୍ଟେସନ କର୍ଣେ୍ଣଲ ସାହୁ, ଲେଫ୍ଟନେଣ୍ଟ କର୍ଣେ୍ଣଲ ବିମଲ ପାଣିଗ୍ରାହୀ(ସିଇଓ), କେ କେ ମିଶ୍ର, ଆର୍ତତ୍ରାଣ ମିଶ୍ର, ଏକ୍ସ ଅଣ୍ଡର ଅଫିସର ଗୁରଦୀପ ଗିଲ, ପୂର୍ବତନ ଏଡ଼ିଏମ ଡା. ବିନୋଦ ନାୟକ ଏବଂ ବରିଷ୍ଠ ପତ୍ରକାର ଶିବ ପ୍ରସାଦ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅନୁଷ୍ଠାନର ଆଭିମୁଖ୍ୟ ତଥା  କିଭଳି ଛାତ୍ରଛାତ୍ରୀମାନେ ୧୦ ମିଟର ରେଞ୍ଜ ସୁଟିଂ ଏକାଡେମୀରେ ନାମ ଲେଖାଇ  ଅଧିକରୁ ଅଧିକ  ଲାଭ ନେବା ସହିତ ଦେଶ ତଥା ରାଜ୍ୟ  ପାଇଁ ଗର୍ବ ଗୌରବ ଆଣି ପାରିବେ ସେ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଅର୍ଧେନ୍ଦୁ ପାଢ଼ୀ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ବୋର୍ଡ ସଦସ୍ୟ ମାନସ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories