www.samajalive.in
Wednesday, December 10, 2025
26.1 C
Bhubaneswar

ନିଜ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

କୋରବା: ଛତିଶଗଡ଼ର କୋରବା ଜିଲାରେ ଜନୈକା ବିଧବା ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରୁ ପୁଲିସ ଉଦ୍ଧାର କରିଛି। ବିଧବାଙ୍କ ମୃତଦେହ ତାଙ୍କ କୋଠରୀ ମଧ୍ୟରୁ ପୁଲିସ ଉଦ୍ଧାର କରିଛି। ଖଟର ବକ୍ସ ମଧ୍ୟରେ ବିଧବାଙ୍କ ମରଶରୀର ପ୍ଲାଷ୍ଟିକ ଓ ଗଦିରେ ଗୁଡ଼ାଇ ରଖାଯାଇ ଥିଲା। ବିଧବାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ପ୍ରାରମ୍ଭିକ ତଦନ୍ତରେ ମିଳିନାହିଁ। ମହିଳାଙ୍କ ଗଳା ଚିପି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ କରାଯାଉଛି।
ମାନିକପୁର ଥାନା ଅନ୍ତର୍ଗତ କୃଷ୍ଣାନଗର ଖଟାଲପାରା ନିବାସୀ ସୁପ୍ରିୟା ମଲ୍ଲିକ(୨୪)ଙ୍କ ସ୍ୱାମୀଙ୍କ ବର୍ଷେ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଫଳରେ ସୁପ୍ରିୟା ତାଙ୍କ ଝିଅକୁ ତାଙ୍କ ପିତ୍ରାଳୟ କୋଡ଼ଗାଓକୁ ପଠାଇ ଦେଇ ଉକ୍ତ ଘରେ ଏକା ରହୁଥିଲେ। ସୁପ୍ରିୟାଙ୍କ ପରିବାରବର୍ଗ ୨୩ଜାନୁୟାରୀରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ପରିପ୍ରେକ୍ଷୀରେ ସୁପ୍ରିୟା ୨୨ତାରିଖ ତାଙ୍କ ମାଆଙ୍କ ସହ ଦୀର୍ଘ ସମୟ ଫୋନରେ ଆଲୋଚନା ମଧ୍ୟ କରିଥିଲେ। ୨୩ତାରିଖରେ ସୁପ୍ରିୟା ଯେତେବେଳେ କୋଡ଼ଗାଓ ପହଞ୍ôଚ ନଥିଲେ ପରିବାରବର୍ଗ ବିବାହ ସମାରୋହ ସମ୍ପନ୍ନ ହେବା ପରେ ସୁପ୍ରିୟାଙ୍କ ଘରେ ପହଞ୍ôଚ ଯାଇଥିଲେ। ସେଠାରେ ସୁପ୍ରିୟାଙ୍କ ଘର ବାହାରୁ ତାଲା ପଡ଼ିଥିବା ଦେଖି ଏ ସମ୍ପର୍କରେ ଆଖପାଖ ଲୋକଙ୍କୁ ପଚାରି ବୁଝିଥିଲେ। ତାଙ୍କ ମୋବାଇଲ ଫୋନ ମଧ୍ୟ ୨୩ତାରିଖ ସକାଳୁ ବନ୍ଦ ଥିବାରୁ ପରିବାରବର୍ଗ ସୁପ୍ରିୟାଙ୍କ ସମ୍ପର୍କରେ କୌଣସି ସନ୍ଧାନ ପାଇ ନଥିଲେ। ଫଳରେ ସ୍ଥାନୀୟ ମାନିକପୁର ଥାନାରେ ଏ ସମ୍ପର୍କରେ ଏକ ଅଭିଯୋଗ କରିଥିଲେ ତାଙ୍କ ପରିବାରବର୍ଗ।
ପରେ ତାଙ୍କ ମାଆ ଆଖପାଖ ପଡ଼ୋଶୀଙ୍କ ସହାୟତାରେ ସୁପ୍ରିୟାର ଘର କବାଟ ତାଲା ଭାଙ୍ଗି ପ୍ରବେଶ କରିଥିଲେ। ତେବେ ଘର ଭିତରେ ଉତ୍କଟ ଗନ୍ଧ ଯୋଗୁଁ ପୁଣି ସେମାନେ ପୁଲିସର ସହଯୋଗ ଲୋଡ଼ିଥିଲେ।
ଘଟଣାସ୍ଥଳରେ ପୁଲିସ ପହଞ୍ôଚ ସୁପ୍ରିୟାଙ୍କ କୋଠରୀର ଖଟର ବକ୍ସ ମଧ୍ୟରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ଜବତ କରିବା ସହ ଉକ୍ତ ଘରକୁ ସିଲ୍‍ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories